ମାଲକାନଗିରି,୩୧/୦୧ (ସୁଧାଂଶୁ ଶେଖର ମହାନ୍ତି)ଆସନ୍ତା କାଲି ଠାରୁ ମାଲକାନଗିରି ଜିଲ୍ଲାର ଐତିହ୍ୟ ଏବଂ ପରମ୍ପରା କୁ ବହନ କରୁଥିବା ଗଣପର୍ବ ତଥା ଜିଲ୍ଲା ସ୍ତରୀୟ ମାଲ୍ୟବନ୍ତ ମହୋତ୍ସବର ଶୁଭାରମ୍ଭ ହେବାକୁ ଯାଉଛି। ତେବେ ଏହାକୁ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ବେଶ ତତ୍ପରତା ଦେଖିବାକୁ ମିଳିଛି। ସମସ୍ତ କାର୍ଯ୍ୟ ଚୁଡାନ୍ତ ପର୍ଯ୍ୟାୟରେ ପହଞ୍ଚି ଥିବା ବେଳେ ଜିଲ୍ଲା ସଦରରେ ଥିବା ଦଣ୍ଡକାରଣ୍ୟ ଖେଳ ପଡିଆରେ ହେବାକୁ ଥିବା କାର୍ଯ୍ୟକ୍ରମ ପାଇଁ ପ୍ରଶାସନିକ ଅଧିକାରୀ ଏବଂ ସୁରକ୍ଷା ବାବସ୍ତା ପାଇଁ ଶତାଧିକ ପୋଲିସ ମୁତ୍ତୟନ କରାଯାଇଛି। ଆସନ୍ତା କାଲି ଅର୍ଥାତ ୧ ଫେବ୍ରୁଆରି ଠାରୁ ୫ ଫେବ୍ରୁଆରି ଯାଏଁ ଏହି କାର୍ଯ୍ୟକ୍ରମ ହେବାକୁ ଥିବା ବେଳେ ଏଥିରେ ବିଭିନ୍ନ ରଙ୍ଗାରଙ୍ଗ କର୍ଜ୍ୟକ୍ରମ ଏବଂ ବିଭିନ୍ନ ଲୋକ କଳା ଓ ପାରମ୍ପରିକ ନୃତ୍ୟ ଗୀତ ପରିବେଷଣ ହେବ। ଯାହାକୁ ନେଇ ହଜାର ହଜାର ଲୋକଙ୍କ ଭିଡ ଜମିବାକୁ ଥିବାରୁ ସମସ୍ତ ବ୍ୟବସ୍ତା ଉପରେ ଅଧିକାରୀ ମାନେ ଚୁଡାନ୍ତ ତଦାରଖ କରୁଥିବା ଦେଖିବାକୁ ମିଳିଛି।

