ମୁନିଗୁଡା,୩୦/୧(ପାଇକପୁଅ) ରାୟଗଡ଼ା ଜିଲ୍ଲା ମୁନିଗୁଡା ସଦରମହକୁମା ଠାରେ ଥିବା ଏକ ଅଗ୍ରଣୀ ଶିକ୍ଷାନୁଷ୍ଠାନ ଭାବେ ବେଶ୍ ପରିଚିତ ଡନବସ୍କ ଇଂରାଜୀ ମାଧ୍ୟମିକ ବିଦ୍ୟାଳୟରେ ଶୁକ୍ରବାର ବାର୍ଷିକ ଉତ୍ସବ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଅଧ୍ୟକ୍ଷ ୱିଲସନ ଜୋଶଙ୍କ ସଂଯୋଜନାରେ ମୁଖ୍ୟ ଅତିଥି ଭାବେ ବିଷମକଟକ ତହସିଲଦାର ଭେଙ୍କେଟେଶ୍ବର ରେଡି ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ମୁନିଗୁଡା ବନାଞ୍ଚଳ ଅଧିକାରୀ ପ୍ରବିନ ଦାସ, ଗୋଷ୍ଠୀ ଶିକ୍ଷାଧିକାରୀ ଗଣେଶ ଶବର, ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ସୁବାଷ ସିଂ, ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଭାରପ୍ରାପ୍ତ ଚିକିତ୍ସାଧିକାରୀ ଆଶିଷ କୁମାର ପଣ୍ଡା, ଅଗ୍ନିଶମ ଅଧିକାରୀ ଦେବ ପ୍ରଧାନ, ରେଳ ସୁରକ୍ଷାବଳ ଅଧିକାରୀ ଏନ ଏସ ମିନା, ମୁନିଗୁଡା ସରପଞ୍ଚ ସରସ୍ୱତୀ ଶବରଙ୍କ ସମେତ ଅନେକ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଉପସ୍ଥିତ ଥିଲେ।

ମୁଖ୍ୟ ଅତିଥି ତଥା ବିଷମକଟକ ତହସିଲଦାର ଛାତ୍ରଛାତ୍ରୀ ମାନଙ୍କୁ ଏକ ଗପ ମାଧ୍ୟମରେ ନିଜ ଭବିଷ୍ୟତ ଗଢ଼ିବା ସହ ସୁ ନାଗରିକ ହେବାପାଇଁ ଉପଦେଶ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ବିଭିନ୍ନ ମନୋରଞ୍ଜନ ନୃତ୍ୟ ପରିବେଷଣ କରାଯାଇଥିଲା। ଅତିଥି ମାନଙ୍କ ଦ୍ଵାରା ବିଭିନ୍ନ କୃତି ଛାତ୍ରଛାତ୍ରୀ ମାନଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ବିଦ୍ୟାଳୟର ଫାଦର ନରେଶ, ଫାଦର ପ୍ରୋମଦ୍ ସହଯୋଗ କରିଥିବା ବେଳେ ଫାଦର ଆଶିଷ ପ୍ରଧାନ ମଞ୍ଚସଜା କରିଥିଲେ।

