ଯୋଡ଼ା, ୩୦/୦୧(ବିଜୟ ଜେନା )କେନ୍ଦୁଝର ଜିଲ୍ଲା ଯୋଡ଼ା ଥାନା ନିକଟସ୍ତ ମାଇନିଂ ଛକ ୫୨୦ ନମ୍ବର ଜାତୀୟ ରାଜପଥ ରେ ଆଜି ସନ୍ଧ୍ୟା ୫ ଟା ସମୟରେ ଏକ ହାଇବା ଟ୍ରକ ସ୍କୁଟି କୁ ପଛ ପଟୁ ଧକ୍କା ଦେବା ଫଳରେ ମହିଳା ଙ୍କ ଘଟଣା ସ୍ଥଳରେ ହିଁ ମୃତ୍ୟୁ ହୋଇଛି। ।ମହିଳା ଜଣଙ୍କ ଯୋଡ଼ା ବନେଇ କଳା ର ବୋଲି ଜଣାପଡିଛି। ମୃତ ମହିଳା ଙ୍କ ନାମ ସୁନିତା ଲୋହାର ଏବଂ ବୟସ( ୪୨) ବୋଲି ଜଣାପଡିଛି।ସୂଚନାଯୋଗ୍ୟ ଯେ ସେ ବିଳେଇପଦା ଶିଶୁମନ୍ଦିର ରେ ଶିକ୍ଷୟତ୍ରୀ ଥିଲେ ଏବଂ ସେ ସ୍କୁଟି ରେ (ଓଡ଼ି୦୯ଜେ୯୮୦୦)ଘରକୁ ଫେରୁଥିବା ସମୟରେ ଏକ ଟ୍ରକ(ଓଡ଼ି୧୪ଏଜି୮୩୫୫) ଘଟଣା ଘଟିଥିବା ଜଣାପଡିଛି।ଘଟଣା ସ୍ଥଳରେ ପୋଲିସ ପହଞ୍ଚି ମୃତ ସୁନିତା ଙ୍କ ଶବ ବ୍ୟବଚ୍ଛେଦ ପାଇଁ ଟାଟା ମେଡିକାଲ କୁ ପଠାଇଛି।

