ମାଲକାନଗିରି,୨୩/୦୧ (ସୁଧାଂଶୁ ଶେଖର ମହାନ୍ତି)ସ୍ଥାନୀୟ ନୋଡାଲ ଉଚ୍ଚ ବିଦ୍ୟାଳୟ ମାଲାକାନଗିରି ଠାରେ ଦୁଇଦିନ ଧରି ଚାଲିଥିବା ଜିଲ୍ଲା ସ୍ତରୀୟ ପିଏମଶ୍ରୀ ଉତ୍ସବ ଉଦଯାପିତ ହୋଇଯାଇଛି। ଜିଲ୍ଲା ଶିକ୍ଷାଧିକାରୀ ଚିତ୍ତରଂଜନ ପାଣିଗ୍ରାହୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ମାଲକାନଗିରି ପ୍ରକଳ୍ପ ନିର୍ଦ୍ଦେଶକ ତଥା ଜିଲ୍ଲା ପରିଷଦ ମୁଖ୍ୟ ନିର୍ବାହୀ ଅଧିକାରୀ ଦାଶରଥି ସରାବୁ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ମଞ୍ଜୁଲତା ଭୋଇ, ମାଥିଲି ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁମିତ ବିଶ୍ୱାସ, ମାଲକାନଗିରି ଗୋଷ୍ଠୀ ଶିକ୍ଷାଧିକାରୀ ମମତା ସାଏ, ଚିତ୍ରକୋଣ୍ଡା ଗୋଷ୍ଠୀ ଶିକ୍ଷାଧିକାରୀ ସୁଶ୍ରୀ ଗାୟତ୍ରୀ ଦେବୀ ପ୍ରମୁଖ ମଞ୍ଚାସୀନ ଥିଲେ। ଦ୍ୱିତୀୟ ଦିବସର ପ୍ରଥମାର୍ଦ୍ଧରେ ଆଦର୍ଶ ସଂସଦ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଶିକ୍ଷାର୍ଥୀଙ୍କ ମଧ୍ୟରେ ଗଣତାନ୍ତ୍ରିକ ଚିନ୍ତା ଚେତନା ମୁଲ୍ୟବୋଧ ସମ୍ବନ୍ଧରେ ଏହି କାର୍ଯ୍ୟକ୍ରମରେ ପ୍ରତିଫଳିତ ହୋଇଥିଲା । ଜିଲ୍ଲାର ୧୫ ଗୋଟି ପିଏମ ଶ୍ରୀ ବିଦ୍ୟାଳୟରୁ ୭୫୦ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ। ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ରହିଥିବା ସୃଜନଶୀଳତା କୁ ସାହିତ୍ୟ ସୃଜନୀ, ଜିଜ୍ଞାସା, କୌଶଳୀ ଓ କ୍ରୀଡ଼ାଙ୍ଗନ କ୍ଲବ ମାଧ୍ୟମରେ ପ୍ରକଳ୍ପ ରୁପେ ଉପସ୍ଥାପନ କରିଥିଲେ । ଶିକ୍ଷାର୍ଥୀ ମାନେ ବ୍ୟବସାୟୀକ ଜ୍ଞାନ କୌଶଳ ବୃଦ୍ଧି ଏବଂ ଶିଳ୍ପ କୌଶଳକୁ ବିଜନେଶ ସମିଟ ଷ୍ଟଲରେ ପ୍ରକଳ୍ପ ରୁପେ ସ୍ଥାନ ଦେଇ ଥିଲେ । ୧୦୦ରୁ ଉର୍ଦ୍ଧ ଶିକ୍ଷକ ଶିକ୍ଷୟିତ୍ରୀ ଏହି ଉତ୍ସବରେ ଅଂଶ ଗ୍ରହଣ କରିଥିଲେ । ଅପରାହ୍ନରେ ପୁରସ୍କାର ବିତରଣ ସଭା ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମକୁ ଶିକ୍ଷକ ଦେବରାଜ ସେଠୀ, ସନ୍ଦିପ ଦାଶ, ପ୍ରମୋଦ କୁମାର ସେନାପତି ପରିଚାଳନା କରିଥିବା ବେଳେ ପ୍ରଧାନ ଶିକ୍ଷକ ସଞ୍ଜୀବ ବୈଦ୍ୟ, ପ୍ରଧାନ ଶିକ୍ଷକ ଶାନ୍ତିରାଣୀ ବିଶ୍ୱାସ, ଜଗଦୀଶ ସେଠୀ, କାର୍ତ୍ତିକ ବେହେରା, ସ୍ମୁତିକା ସୁକୁଲ, ସୁହାନୀ ବାଘ, ଶଙ୍କର ମହାପାତ୍ର, ନିହାର ଚୌଧୁରୀ, ବିଜୟଲକ୍ଷ୍ମୀ ଚୌଧୁରୀ, ଦୀନବନ୍ଧୁ ବେଜ, ଝୁନୁ ପଟ୍ଟନାୟକ, ରଞ୍ଜନ ବେହେରା ତଥା ବିଦ୍ୟାଳୟ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

