ବାରିପଦା, ୨୩/୦୧(ପାଇକପୁଅ)ଦ୍ୱିତୀୟ ଶ୍ରୀକ୍ଷେତ୍ର ଭାବେ ପରିଚିତ ବାରିପଦା ସ୍ଥିତ ଶ୍ରୀ ଶ୍ରୀ ହରିବଳଦେବଜୀଉ ମହାପ୍ରଭୁଙ୍କ ଘୋଷଯାତ୍ରା ପାଇଁ ଆଜି ପବିତ୍ର ବସନ୍ତ ପଞ୍ଚମୀ ଅବସରରେ ରଥକାଠ ଅନୁକୂଳ ହୋଇଛି।ବାରିପଦାର ଶ୍ରୀ ଶ୍ରୀ ହରିବଳଦେବ ଜୀଉ ବିଜେଙ୍କ ମନ୍ଦିରରେ ସତନ୍ତ୍ର ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା ହେବା ପରେ ପାରମ୍ପରିକ ରୀତିନୀତି ଅନୁସାରେ ଶୂଭ ମୁହୂର୍ତ୍ତରେ ରଥ ମହାରଣାଙ୍କ ସମେତ ଅନ୍ୟାନ୍ୟ ସେବାୟତ ମାନେ ରଥ କାଠ ଅନୁକୂଳ ପାଇଁ ଗମନ କରିଥିଲେ। ବାରିପଦା ସହର ନିକଟସ୍ଥ ଗୌଡ଼ଡିହା ଜଙ୍ଗଲ ରେ ଚିହ୍ନିତ ହୋଇଥିବା ଗଛକୁ ପୂଜାର୍ଚ୍ଚନା ପୂର୍ବକ ଅନୁମତି ଭିକ୍ଷା କରାଯାଇ ଶଙ୍ଖଧ୍ବନୀ ଏବଂ କୀର୍ତ୍ତନ ପୂର୍ବକ ଗଛ କଟାଯାଇ ଏହାକୁ ରଥଖଳାକୁ ଅଣା ଯାଇଛି। ରଥଖଳାରେ କାଠ ଅନୁକୂଳ ନେଇ ପୂଜା ହୋଇଛି। ଚଳିତ ବର୍ଷ ଏହି କାଠକୁ ରଥର ଅଠର ନାହାକ କାର୍ଯ୍ୟରେ ଲଗାଯିବ ବୋଲି ରଥ ମହାପାତ୍ର ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି।

