ବାରିପଦା,୨୩/୦୧(ପାଇକପୁଅ) ସ୍ଥାନୀୟ ପୋଲିସ ପଡିଆରେ ୭୭ ତମ ସାଧାରଣତନ୍ତ୍ର ଦିବସ ଅବସରରେ ମା କିଚକେଶ୍ବରୀ ଭଲିବଲ ଏକାଡେମୀ ଆନୁକୂଲ୍ୟରେ ୧ମ ରୁ ୫ମ ଶ୍ରେଣୀର କୁନିକୁନି ପିଲାଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ପୋଲିସ ଆର ଆଇ ଆଲୋକ କୁମାର କାନୁନଗୋ କାର୍ଯ୍ୟକ୍ରମର ଉଦଘାଟନ କରିବା ସହ କୁନିକୁନି ପିଲାଙ୍କର ଉଜ୍ଜଳ ଭବିଷ୍ୟତ କାମନା କରିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ସମ୍ମାନିତ ଅତିଥି ଭାବେ ମୟୁରଭଞ୍ଜ ଏଥଲେଟିକ ଏସୋସିଏସନର ଫୁଟବଲ ସମ୍ପାଦକ ଅମର କୁମାର ସେଠି, ପୋଲିସ ସର୍ଜଣ୍ଟ ଗୌତମ ପ୍ରଧାନ, ପୂର୍ବତନ ଜିଲ୍ଲା କ୍ରୀଡା ଅଧିକାରୀ ପ୍ରଦୀପ କୁମାର ବେହେରା, ଓଡିଶା ଭଲିବଲ ଏସୋସିଏସନର ଉପ ସଭାପତି ମନୋରଞ୍ଜନ ଜୀଉ, ବରିଷ୍ଠ କ୍ରୀଡ଼ାବିତ ଭାନୁପ୍ରତାପ ଭଞ୍ଜଦେଓ, ବରିଷ୍ଠ ଶିକ୍ଷକ ସୋମନାଥ ସିଂହ, ଜିଲ୍ଲା ହାବିଲଦାର ଓ କନଷ୍ଟେବଳ ସଂଘର ସମ୍ପାଦକ ସ୍ୱରାଜ କୁମାର ରାଜ ଓ ହାବିଲଦାର ଦୀପକ କୁମାର ମୁଣ୍ଡା ପ୍ରମୁଖ ଯୋଗଦେଇ କୁନି ପ୍ରତିଯୋଗୀ ମାନଙ୍କୁ ଉତ୍ସାହିତ କରିଥିଲେ । ପିଲାମାନଙ୍କ ମଧ୍ୟରେ ଦେଶାତ୍ମକ ଗୀତ, ମ୍ୟୁଜିକ ଚେୟାର, ଧୀର ଚାଲି, ଏକ ଗୋଡ଼ିଆ ଦୌଡ଼, ଥ୍ରୋ ଦି ବଲ, ବେଙ୍ଗ ଡିଆଁ, ପଛ ଦୌଡ଼, ୫୦ ମିଟର ଦୌଡ଼ ଆଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଦିବ୍ୟଜ୍ୟୋତି ଜୀଉ, ହିମାନୀ ପାତ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ମେଘା ପ୍ରିୟଦର୍ଶିନୀ ଦାସ, ଶୁଭ୍ରାଂଶୁ ପାତ୍ର, ବିଭୁତି ଚନ୍ଦନ ରାଜ, ଆୟୁଷ ପାଲ, ମହେନ୍ଦ୍ର ନାଥ ହାଁସଦା, ପ୍ରତ୍ୟୁଷ ଦାଶ ଓ ଓମ ପ୍ରକାଶ ହେମ୍ବ୍ରମ ସହଯୋଗ କରିଥିଲେ I ସାଧାରଣତନ୍ତ୍ର ଦିବସ ସନ୍ଧ୍ୟାରେ ସହିଦ ସ୍ମୃତି ଭବନରେ ଜିଲ୍ଲା ପ୍ରଶାସନ ଦ୍ୱାରା କୃତୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯିବ।

