ବାରିପଦା,୨୨/୦୧(ପାଇକପୁଅ) ମୟୁରଭଞ୍ଜ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ୧୬ତମ ଜାତୀୟ ମତଦାତା ଦିବସ ଉପଲକ୍ଷେ ଏକ ଶପଥ ପାଠ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।ଏକ ସୁଦୃଢ ଗଣତନ୍ତ୍ର ରାଷ୍ଟ୍ର ପାଇଁ ମତଦାତାଙ୍କ ମତଦାନର ମହତ୍ତ୍ୱ ଓ ମୂଲ୍ୟବୋଧକୁ ଅକ୍ଷୁର୍ଣ୍ଣ ରଖିବା ଉଦ୍ଦେଶ୍ୟରେ ଜିଲ୍ଲାପାଳ ହେମକାନ୍ତ ସୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଅତିରିକ୍ତ ଜିଲ୍ଲାପାଳ ନେତ୍ରାନନ୍ଦ ମଲ୍ଲିକ, ଅତିରିକ୍ତ ଜିଲ୍ଲାପାଳ ଇଶ୍ୱର ଚନ୍ଦ୍ର ନାଏକଙ୍କ ସମେତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ଓ କର୍ମଚାରୀ ଗଣ ଉପସ୍ଥିତ ରହି ଶପଥ ପାଠରେ ଅଂଶ ଗ୍ରହଣ କରିଥିଲେ।

