ବାରିପଦା,୧୬/୦୧(ପାଇକପୁଅ)ମୟୂରଭଞ୍ଜ ଜିଲ୍ଲାର ମୋରଡା ବ୍ଲକ ସ୍ଥିତ ଏକମାତ୍ର ହକି କେନ୍ଦ୍ର ଭାବେ ସରକାରୀ ଉଚ୍ଚ ବିଦ୍ୟାଳୟ, ଚଢ଼େଇଗାଁରେ ଚାଲୁଥିବା ନାଭାଲ ଟାଟା ଗ୍ରାସରୁଟ ହକି କେନ୍ଦ୍ରର ପ୍ରଥମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରେସେନ ମୁର୍ମୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ମୟୂରଭଞ୍ଜ ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ଭାଗିରଥି ମଲ୍ଲିକ ଓ ସମ୍ମାନିତ ଅତିଥି ଭାବେ ଓଡ଼ିଶା ଟାଟା ନାଭାଲର ସଂଯୋଜକ ଶେଖର ବେହେରା ଉପସ୍ଥିତ ରହି ଜିଲ୍ଲାରେ ହକି ପ୍ରତିଭା ମାନଙ୍କର ବିକାଶ କ୍ଷେତ୍ରରେ ଏହି ହକି କେନ୍ଦ୍ରର ଉଲ୍ଲେଖନୀୟ ଅବଦାନ ରହିଛି ବୋଲି କହିଥିଲେ।ଏହି ଅବସରରେ ମୁଖ୍ୟ ଅତିଥିଙ୍କ ଦ୍ୱାରା ୧୧ ଜଣ ଛାତ୍ର ଓ ଛାତ୍ରୀଙ୍କୁ ନୂତନ ହକି ଷ୍ଟିକ ଓ ବଲ ପ୍ରଦାନ କରାଯାଇଥିବା ବେଳେ ଶୃଙ୍ଖଳା, ଭଲ ବ୍ୟବହାର, ନିୟମିତ ଉପସ୍ଥାନ ଓ କ୍ରୀଡ଼ା କୌଶଳ ଆଧାରରେ ୧୦ ଜଣ ଖେଳାଳିଙ୍କୁ ପୁରସ୍କୃତ କରାଯାଇଥିଲା। ଏହି ଉପଲକ୍ଷେ ମୟୂରଭଞ୍ଜ ଜିଲ୍ଲା କ୍ରୀଡ଼ା ଅଧିକାରୀ ଡଃ ଶୁଭାଶିଷ ନାୟକ, ଚଢେଇଗାଁ କ୍ଲଷ୍ଟରର ସିଆରସିସି ଶୁଭେନ୍ଦୁ ଶେଖର ସେଠୀ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଥିଲେ।

