ବାରିପଦା, ୧୬/୦୧(ପାଇକପୁଅ)ରାଜ୍ୟ ସ୍ତରୀୟ ଇଣ୍ଟର କଲେଜ ସଂସ୍କୃତିକ ଯୁବ ମୋହତ୍ସବ ଇଉଫରୀୟା -୨୦୨୬ ଆୟୋଜନ ପାଇଁ ଚୂଡାନ୍ତ ପ୍ରସ୍ତୁତି ବୈଠକ ସଭାପତି ତାପସ ପାଢ଼ୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଅଛି।ଚଳିତ ଜାନୁୟାରୀ ମାସ ୨୮ ରୁ ୩୧ତାରିଖ ପର୍ଯ୍ୟନ୍ତ ଚାରିଦିନ ଧରି ବାରିପଦାର ସହିତ ସ୍ମୃତି ଭବନ ଠାରେ ଏହି ଯୁବ ମୋହତ୍ସବ ଅନୁଷ୍ଠିତ ହେବାକୁ ଥିବା ବେଳେ, ରାଜ୍ୟ ତମାମ ବହୁ କଲେଜ ଏବଂ ବିଶ୍ୱବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ଅଂଶଗ୍ରହଣ କରିବା ପାଇଁ ସହମତି ପ୍ରଦାନ କରିଛନ୍ତି।ବିଭିନ୍ନ ପର୍ଯ୍ୟାୟରେ ୨୬ ଗୋଟି ପ୍ରତିଯୋଗିତା ଅନୁଷ୍ଠିତ ହେବା ସହ ପ୍ରତିବର୍ଷ ଭଳି ଶେଷ ସନ୍ଧ୍ୟାରେ ସ୍ଥାନୀୟ କଳାକାରଙ୍କ ସହିତ ଓଡ଼ିଆ ଚଳଚିତ୍ର ଜଗତର ପ୍ରଛଦପଟ ଗାୟିକା ସୋହିନି ମିଶ୍ର, ଓଲିଉଡ଼ ଚକଲେଟ ହିରୋ ସ୍ୱରାଜ ବାରିକ, ଇଣ୍ଟରର୍ନେସନାଲ ୟୁଟୁବର ଲବ ହାଁସଦା ପ୍ରମୁଖ ଯୋଗଦେଇ ରଙ୍ଗରଙ୍ଗ କାର୍ଯ୍ୟକ୍ରମ ପରିବେଷଣ କରିବେ ବୋଲି ସାଂସ୍କୃତିକ ସମ୍ପାଦକ ରାକେଶ ବେହେରା ଜଣାଇଛନ୍ତି. ଅନ୍ୟ ମାନଙ୍କ ମଧ୍ୟରେ କଳିଙ୍ଗ କେଶରୀ ଜେନା, ଅସିତ ଗିରି, ପଙ୍କଜ ସାହୁ, ସ୍ନିଗ୍ଧ ଚନ୍ଦନ, ସତ୍ୟସ୍ୱରୂପ ଦାସ, ଅଙ୍କୁର ଖୁରାନା, ସିଦ୍ଧାର୍ଥ ପଟ୍ଟନାୟକ, ପୁରୁଷତ୍ତମ ଅଗ୍ରୱାଲ, ପିଣ୍ଟୁ ମାଇତି, ରାକେଶ ମହାନ୍ତି, ଜିତ ପଟନାୟକ, ଜୟଶ ପାତ୍ର, ମହେଶ ସାହୁ, ଆଭାସ ଦେ, ରାଜ ଗୁପ୍ତା, ଧନଞ୍ଜୟ ସାହୁ, ଚନ୍ଦନ ପାଣି, ସିଦ୍ଧାର୍ଥ ଟୁବିଡ, ବିଶ୍ୱାସ ମହାନ୍ତି, ଦେବବ୍ରତ ଦେ, ଆୟୁଷ ପ୍ରିୟଦର୍ଶୀ, ମୁକ୍ତି ପରିଡା ପ୍ରମୁଖ ପ୍ରସ୍ତୁତି ବୈଠକରେ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ।

