ବାରିପଦା ୧୪/୦୧ (ପାଇକପୁଅ) ବାରିପଦା ସହର ଗାନ୍ଧୀ ମାର୍କେଟ ଛକ ମହାବୀର ପୂଜା କମିଟି ଆନୁକୂଲ୍ୟରେ ଦୀର୍ଘ ୦୭ ବର୍ଷ ଧରି ସରସ୍ୱତୀ ପୂଜା ବଜାୟ ରଖିଛି। ଚଳିତ ବର୍ଷ ୮ମ ବାଗ୍ଦେବୀ ପୂଜା ପାଇଁ କମିଟିର ପୂର୍ବତନ ସଭାପତି ଦେବବ୍ରତ ଦେ ଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ୨୦୧୯ ମସିହା ଠାରୁ ୪ ରୁ ୫ ଜଣ ସଦସ୍ୟ ସଙ୍ଗଠିତ ହୋଇ ୫ ହଜାର ଟଙ୍କା ବ୍ୟୟ ଅଟକଳରେ ଆରମ୍ଭ ହୋଇଥିଲା ସରସ୍ୱତୀ ପୁଜା। ବର୍ଷକୁ ବର୍ଷ ଏହି ପୂଜାର ଆକର୍ଷଣ ବଢ଼ିବା ସହ ଚଳିତ ବର୍ଷ ଏହାର ବଜେଟ ୩ ଲକ୍ଷ ଟଙ୍କାକୁ ଛୁଇଁଥିବା ପୂର୍ବତନ ସମ୍ପାଦକ ବିଶ୍ୱାସ ମହାନ୍ତି ସୂଚନା ଦେଇଛନ୍ତି। ଆୟୋଜିତ ପ୍ରସ୍ତୁତି ବୈଠକରେ ନୂତନ ଭାବେ ସଭାପତି ରୂପେ ନରୋତ୍ତମ ମହାନ୍ତଙ୍କୁ ଚୟନ କରାଯାଇଛି। ଉପସଭାପତି ଚନ୍ଦନ ପାଣି, କୋଷାଧ୍ୟକ୍ଷ ସିଦ୍ଧାର୍ଥ ତୁବିଡ ସହ କମିଟିର କର୍ମକର୍ତ୍ତା ଭାବେ ଜୟେଷ ପାତ୍ର, ରାକେଶ କୁମାର ବେହେରା, ପୁରୁଷୋତ୍ତମ ଅଗ୍ରୱାଲ, ଅଭିଷେକ ଦେ, ପବିତ୍ର ମୋହନ, ସବ୍ୟସାଚୀ ଦାସ, ଫାଲଗୁନି ମହାନ୍ତି, କୌଶିକ ଶେଖର, କୁମାର ରାକେଶ, ସୁରଜ ତ୍ରିପାଠୀ ପ୍ରମୁଖ ପୂଜା ସମ୍ପାଦନରେ ଦାୟିତ୍ଵ ତୁଲାଉଛନ୍ତି।

