ବାରିପଦା, ୧୪/୦୧(ପାଇକପୁଅ)ବାରିପଦା ରୋଟାରୀ କ୍ଲବ ତରଫରୁ
ବଣିଆବସା ଗ୍ରାମର ମଙ୍କିଡିଆ ଜନଜାତିଙ୍କ ମଧ୍ୟରେ ମାଆ ଓ କିଶୋରୀ କନ୍ୟାଙ୍କ ସ୍ଵାସ୍ଥ୍ୟ କଲ୍ୟାଣ ପ୍ରକଳ୍ପ ଆନୁକୁଲ୍ୟରେ ଏକ ଦିବସୀୟ ଶିବିର ସଭାପତି ଭବାନୀ ଶଙ୍କର ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଯାଇଛି। ଏହି ଅବସରରେ ଗ୍ରାମ ଅଭ୍ୟନ୍ତରରେ ରହୁଥିବା ମାଙ୍କିଡିଆ ଅଧିବାସୀଙ୍କ ଗହଣରେ ଏକ ମକର ଅଭିନନ୍ଦନ କାର୍ଯ୍ୟକ୍ରମ ସହ ରୋଟାରିଆନ ମାନେ ଗ୍ରାମର କିଶୋରୀ କନ୍ୟା ଓ ମହିଳା ମାନଙ୍କୁ ସାନିଟାରୀ ନାପକିନର ବ୍ୟବହାର ଓ କିଶୋରୀ ମାନଙ୍କ ସ୍ଵାସ୍ଥ୍ୟ ଉପରେ ଗୁଣାତ୍ମକ ପ୍ରଭାବ ସମ୍ପର୍କରେ ସଚେତନ କରିବା ସହ ପ୍ରାୟ ଏକହଜାର ନାପକିନ ବଣ୍ଟନ କରାଯାଇ ଥିଲା।ଏହା ସହିତ ଗ୍ରାମର ବୃଦ୍ଧ,ବୃଦ୍ଧା ଓ ଶିଶୁଙ୍କୁ ମିଶାଇ ପ୍ରାୟ ୨୫୦ ଗ୍ରାମବାସୀଙ୍କୁ କମ୍ୱଳ ବିତରଣ କରାଯାଇ ଥିଲା।ପ୍ରକଳ୍ପର ଅଧ୍ୟକ୍ଷ ରୋଟାରିଆନ ରାକେଶ ସିଂଙ୍କ ସହ କ୍ଲବର ବରିଷ୍ଠ ସଦସ୍ୟ ରୋଟରିଆନ ପ୍ରଶାନ୍ତ ଜେନା, ଅରୁଣ କୁମାର ଦାଶ, ଗଣେଶ ଦାସ, ପ୍ରାକ୍ତନ ସଭାପତି ଜ୍ୟୋତି ରଞ୍ଜନ ସାହୁ, ଡ.ପୁଷ୍ପା ପାତ୍ର, ପ୍ରାକ୍ତନ ସମ୍ପାଦିକା ବୀଣାପାଣି ଦାଶ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

