ବାରିପଦା, ୦୯/୦୧(ପାଇକପୁଅ)ନିକଟ ଅତୀତରେ ଓଡ଼ିଶା ପୋଲିସ ହାବିଲଦାର ଓ କନେଷ୍ଟବଳ ସଙ୍ଘ ମୟୁରଭଞ୍ଜ ଜିଲ୍ଲା ଶାଖାର ନିର୍ବାଚନ ଅନୁଷ୍ଠିତ ହୋଇ ନୂତନ କର୍ମକର୍ତ୍ତା ନିର୍ବାଚିତ ହୋଇଥିବା ବେଳେ ଆଜି ବିଧିବଦ୍ଧ ଭାବେ ଶପଥ ଗ୍ରହଣ କରିଛନ୍ତି। ଅତିଥି ଭାବରେ ଅତିରିକ୍ତ ଅରକ୍ଷୀ ଅଧିକ୍ଷକ ସବିତା ମାଝୀ, ଅନ୍ୟତମ ଅତିରିକ୍ତ ଅରକ୍ଷୀ ଅଧିକ୍ଷକ ଅଜୟ କୁମାର ବାରିକ, ଡ଼ିଏସପି ପାସ୍କେଲ ଏକ୍କା, ରିଜର୍ଭ ଇନ୍ସପେକ୍ଟର ଆଲୋକ କୁମାର କାନୁନଗୋ, ରାଜ୍ୟ ପୋଲିସ ହାବିଲଦାର ଓ କନେଷ୍ଟବଳ ମହାସଂଘର ସଭାପତି ଅନିଲ କୁମାର ଷେଣ୍ଢ, ସମ୍ପାଦକ କିଶୋରେ କୁମାର ମହାନ୍ତି ପ୍ରମୁଖ ଯୋଗଦେଇ, ଜିଲ୍ଲା ସଙ୍ଘର କର୍ମକର୍ତ୍ତା ସଭାପତି ବିକାଶ କୁମାର ବାରିକ, ଉପସଭାପତି ନିର୍ମଳ ମହାନ୍ତ, ସମ୍ପାଦକ ସୁରଜ କୁମାର ରାଜ, ସହ ସମ୍ପାଦକ ପ୍ରଫୁଲ୍ଲ କୁମାର ସର୍ଦ୍ଦାର, ଏବଂ ଚନ୍ଦ୍ରକାନ୍ତି ସାହୁ, କୋଷାଧ୍ୟକ୍ଷ ଭୀମସେନ ମହାନ୍ତ, କାର୍ଯ୍ୟକାରୀ ସଭ୍ୟ ଦେବିଲାଲ ଟୁଡୁ, ଗୋବିନ୍ଦ ଚନ୍ଦ୍ର ଭଟ୍ଟ, ରୁହିଦାସ ମୁର୍ମୁ, ଅଭିରାମ ବେହେରା ଏବଂ କିରଣ କୁମାର ସାଥୁଆଙ୍କୁ ଶପଥ ପାଠ କରାଇଥିଲେ। ଶପଥ ଗ୍ରହଣ ଅବସରରେ ନବ ନିର୍ବାଚିତ କର୍ମକର୍ତ୍ତା ମାନେ ଜିଲ୍ଲା ରେ ପୋଲିସ ହାବିଲଦାର ଏବଂ କନେଷ୍ଟବଳ ମାନଙ୍କର ସାମୁହିକ ସ୍ୱାର୍ଥ ସାଧନ ପାଇଁ ଏବଂ ଜିଲ୍ଲା ରେ ଆଇନ ଶୃଙ୍ଖଳା ରକ୍ଷା ପାଇଁ ଅଧିକାରୀ ମାନଙ୍କ ସହ ସମନ୍ୱୟ ରଖି କାର୍ଯ୍ୟ କରିବେ ବୋଲି କହିଥିଲେ।
