ବାରିପଦା, ୦୮/୦୧(ପାଇକପୁଅ)ଆଜି ଝାରଖଣ୍ଡ ମୁକ୍ତି ମୋର୍ଚ୍ଚା ପକ୍ଷରୁ ଜିଲ୍ଲା ଜଳ ଯୋଗାଣ ନିର୍ବାହୀ ଯନ୍ତ୍ରୀଙ୍କ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଙ୍କୁ ଏକ ଦାବିପତ୍ର ଜେଏମଏମ ଜିଲ୍ଲା ସଭାପତି କୃଷ୍ଣ ଦାସଙ୍କ ତତ୍ୱାବଧାନରେ ପ୍ରଦାନ କରାଯାଇଛି। ପ୍ରକାଶ ଥାଉ କି ସ୍ୱାଧିନତାର ୭୮ ବର୍ଷ ବିତିଯାଇଥିଲେ ମଧ୍ୟ ମୟୁରଭଞ୍ଜର ଗ୍ରାମାଞ୍ଚଳରେ ଜନସାଧାରଣ ସରକାରଙ୍କ ଦ୍ୱାରା ଯୋଗାଇ ଦିଆଯାଉଥିବା ପାଇପ ଯୋଗେ ବିଶୁଦ୍ଧ ପାନୀୟ ଜଳ ଯୋଗାଣରୁ ଲୋକେ ବଞ୍ଚିତ ହେଉଛନ୍ତି। ବିଗତ ସରକାରଙ୍କ ସମୟରେ ଗ୍ରାମାଞ୍ଚଳ ଗୁଡିକରେ ବସୁଧା ଯୋଜନା ମାଧ୍ୟମରେ ପାଇପ ଯୋଗେ ବିଶୁଦ୍ଧ ପିଇବା ପାଣିର ବ୍ୟବସ୍ଥା କରାଯାଇଥିବା ବେଳେ ବହୁ ପ୍ରକଳ୍ପ ବର୍ତମାନ ସୁଦ୍ଧା ସମ୍ପୂର୍ଣ କରାଯାଇ ନାହିଁ।ଯେଉଁ ପ୍ରକଳ୍ପ ଗୁଡିକ ସମ୍ପୂର୍ଣ ହେଇ ପାଣି ଯୋଗାଉଛି ସେଥି ମଧ୍ୟରୁ କିଛି ସିଧା ସଳଖ ମେସିନ ଯୋଗେ ପାଣି ଯୋଗାଉଛି ଆଉ କିଛି ପାଣି ଟାଙ୍କି ସାହାଯ୍ୟରେ ପାଣି ଯୋଗାଉଛି। କିନ୍ତୁ ଉକ୍ତ ପାଣି ଟାଙ୍କି ଗୁଡିକ ଠିକ ସମୟରେ ସଫା କରାଯାଉ ନାହିଁ କି ବ୍ଲିଚିଙ୍ଗ ମଧ୍ୟ ଦିଆ ଯାଉନାହିଁ ଯାହାଫଳରେ କି ଜନସାଧାରଣ ବିଭିନ୍ନ ରୋଗରେ ଆକ୍ରାନ୍ତ ହେବାର ସମ୍ଭାବନା ଅଛି ତେଣୁ ଝାରଖଣ୍ଡ ମୁକ୍ତି ମୋର୍ଚ୍ଚା ତରଫରୁ ବସୁଧା ଯୋଜନାରେ ସମ୍ପୂର୍ଣ ହେଇନଥିବା ପ୍ରକଳ୍ପ ଗୁଡିକ ଯଥାଶୀଘ୍ର ସଂପୁର୍ଣ୍ଣ କରାଯିବା,ଏବଂ କାର୍ଯ୍ୟକ୍ଷମ ପ୍ରକଳ୍ପ ଗୁଡିକରେ ବିଶୁଦ୍ଧ ପିଇବା ପାଣି ପାଇଁ ୱାଟର ଟ୍ରିଟମେଣ୍ଟ ବ୍ୟବସ୍ଥା କରାଯିବା, ବସୁଧା ଯୋଜନାରୁ ବାଦ ପଡ଼ିଥିବା ଗ୍ରାମ ଗୁଡିକ ବସୁଧା କିମ୍ବା ଅନ୍ୟ ଯୋଜନାରେ ଅନ୍ତର୍ଭୁକ୍ତ କରି ବିଶୁଦ୍ଧ ପିଇବା ପାଣି ପାଇପ ଯୋଗେ ଯୋଗାଇ ଦେବା ପାଇଁ ଦାବି କରାଯାଇଛି। ଏହି ଦାବୀ ଗୁଡିକ ଯଥାଶୀଘ୍ର ପୂରଣ କରା ନଗଲେ ଜିଲ୍ଲା ପ୍ରଶାସନ ଏବଂ ସରକାରଙ୍କ ବିରୋଧରେ ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରିବ ବୋଲି ଝାରଖଣ୍ଡ ମୁକ୍ତି ମୋର୍ଚ୍ଚା ଚେତାବନୀ ଦେଇଛି। ଉକ୍ତ କାର୍ଯ୍ୟକ୍ରମରେ ବରିଷ୍ଠ ନେତା ସନାତନ ମୁର୍ମୁ, ରାଜ୍ୟ ପରିଷଦ ସଦସ୍ୟ ସୁଜିତ ବେହେରା, ସହର ସଭାପତି ତରେନ ସେନାପତି, ମୋରଡା ବ୍ଲକ ସଭାପତି ହେମନ୍ତ ମହାନ୍ତ, କୁଳିଅଣା ବ୍ଲକ ସଭାପତି ଭାଗିରଥି ସୋରେନ, ବାରିପଦା ବ୍ଲକ ସଭାପତି ପାରାନ ସୋରେନ, ଯୁବ ନେତା ଅମୀର ଖାନ, ଅଭିଷେକ ଦଣ୍ଡପାଟ, ବିଶ୍ୱନାଥ ରାୟ, ଜଗା ସୋରେନ, ଲକ୍ଷ୍ମନ ସୋରେନ, ରାମଚନ୍ଦ୍ର ସି, ବିକାଶ ସି, ସଉନା ସୋରେନ, ଏସକେ ଇଲତାବ ପ୍ରମୁଖ ଉପସ୍ଥିତ ଥିଲେ।
