ବାରିପଦା,୦୩/୦୧(ପାଇକପୁଅ)ଭଞ୍ଜପୁର ଥାନା ଅନ୍ତର୍ଗତ ତକତପୁର ଛକ ନିକଟ ୟୁନଭରସିଟି ରୋଡରେ ଥିବା ମହାପାତ୍ର ଜୁଏଲର୍ସ ଦୋକାନରୁ ଶୁକ୍ରବାର ବିଳମ୍ବିତ ରାତିରେ ସୁନାରୂପା ଅଳଙ୍କାର ଚୋରୀ ହୋଇଥିବାର ଜଣାଯାଇଛି। ଚୋର ମାନେ ପ୍ରଥମେ ସିସି ଟିଭି କ୍ୟାମେରାରେ ଓ ଲାଇଟ ଗୁଡିକରେ ରେ କଳାରଙ୍ଗର ସ୍ପ୍ରେ ମାରି ସଟର ତାଲା କାଟି ଥିଲେ ଏହାପରେ ଭିତରେ ଥିବା ଗ୍ରିଲ ଗେଟକୁ ତାଡି ଅଳଙ୍କାର ଚୋରୀ କରିନେଇଛନ୍ତି। ପ୍ରମାଣ ଗାଏବ କରିବାକୁ ସିସି ଟିଭିର ହାର୍ଡଡିକ୍ସକୁ ମଧ୍ଯ ଚୋର ମାନେନେଇ ଯାଇଛନ୍ତି।ତେବେ ଶନିବାର ସକାଳୁ ଦୋକାନ ମାଲିକ ରାଜେଶ ମହାପାତ୍ର ଦୋକାନ ଚୋରୀ ହୋଇଥିବା ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଚୋରୀ ହୋଇଥିବାର ଦେଖିବାକୁ ପାଇ ଭଂଜପୁର ଥାନାକୁ ଖବର ଦେଇଥିଲେ।ଖବର ପାଇ ଘଟଣା ସ୍ଥଳରେ ଭଞ୍ଜପୁର ପୋଲିସ ଓ ସାଇଣ୍ଟିଫିକ ଟିମ ପହଞ୍ଚି ଘଟଣାର ଅଧିକ ତଦନ୍ତ କରିଛନ୍ତି।
