କାଲିମେଳା,୨୫/୧୨(ସନ୍ତୋଷ କୁମାର ପଣ୍ଡା):ତାଣ୍ଡବାଇ ପଞ୍ଚାୟତର ଯୋଗଣ ସହାୟକ କେ ଈଶ୍ୱର ରାଓଙ୍କ ଗତ କାଲି ତାଙ୍କର ପରଲୋକ ହୋଇଛି।ତାଙ୍କର ପରଲୋକରେ ସମଗ୍ର ତାଣ୍ଡବାଇ ପଞ୍ଚାୟତରେ ଶୋକର ଛାୟା ଖେଳିଯାଇଛି।ସେ କିଛି ଦିନ ଧରି କିଡ୍ନୀ ଏବଂ ଲିଭାଇ ଜନିତ ରୋଗରେ ପୀଡିତ ଥିଲେ।ଦୁଇ ଦିନ ତଳେ ହଠାତ ଦେହ ଖରାପ ହେବାରୁ ତାଙ୍କୁ ପ୍ରଥମେ ଆନ୍ଧ୍ରପ୍ରଦେଶ ର ଭଦ୍ରାଚଲମ ଏବଂ ପରେ ଖମାମ ନେଇ ଚିକିତ୍ସା ଚାଲିଥିବା ବେଳେ ଗତ କାଲି ତାଙ୍କର ସେହି ମେଡିକାଲ ରେ ମୃତ୍ୟୁ ଘଟିଥିଲା।ତାଙ୍କର ମୃତ୍ୟୁ ରେ ସମଗ୍ର ଅଞ୍ଚଳ ସ୍ତବ୍ଧ ହୋଇଯାଇଥିବା ବେଳେ ଲୋକେ ତାଙ୍କୁ ଝୁରୁଥିବା ଦେଖିବା ପାଇଁ ମିଳୁଛି।ଏଭଳି ଏକ ଯୋଗଣ ସହାୟକ ଯିଏ କି ଲୋକଙ୍କ ମନକୁ ଜିତିପାରୁଥିବା ବେଳେ ଲୋକଙ୍କ ସହ ଭଲ ବ୍ୟବହାର ଓ ସମ୍ପର୍କ ଯଗୁଁ ସମସ୍ତେ ତାଙ୍କୁ ଭଲ ପାଇଥାନ୍ତି।ଏଭଳି ଏକ ଯୋଗାଣ ସହାୟକଙ୍କୁ ହରେଇ ଥିବା ଯୋଗୁଁ ସମଗ୍ର ତଣ୍ଡାବାଇ ପଞ୍ଚାୟତରେ ଶୋକର ଛାୟା ଖେଳିଯାଇଛି।ବ୍ଲକ, ଜିଲ୍ଲାଏବଂ ସେହି ଅଞ୍ଚଳର ସମଗ୍ର ଲୋକେ ପଡିଆ ଠାରେ ରହିଥିବା ବାସଭବନରେ ପହଞ୍ଚି ସ୍ବର୍ଗୀୟ ଈଶ୍ୱର ରାଓଙ୍କ ପରିବାର ଲୋକଙ୍କୁ ସମବେଦନା ଜଣାଇବା ସହ ଆଜି ତାଙ୍କ ମରଶରୀରକୁ ଦାହନ କରିବା ରହିଛି।ଏଭଳି ସ୍ଥିତିରେ ତାଙ୍କର ୨ ଟି ଛୋଟ ଛୋଟ ଛୁଆ ରହିଥିବା ବେଳେ କିଭଳି ତାଙ୍କ ସ୍ତ୍ରୀ ପରିବାର ପ୍ରତିପୋଷଣ କରିବେ ତାକୁ ନେଇ ଭାଙ୍ଗି ପଡିଥିବା ବେଳେ ସରକାର ତରଫରୁ କିଛି ସାହାଯ୍ୟ ସହଯୋଗ କରାଯାଇ ଥିଲେ ସେ ବଞ୍ଚିପାରି ଥାନ୍ତେ।

