ମାଲକାନଗିରି,୨୦/୧୨ (ସୁଧାଂଶୁ ଶେଖର ମହାନ୍ତି)ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ସଦର ସ୍ଥିତ ମାଲକାନଗିରି ସଦର ଥାନାରେ ନୂତନ ଥାନାଧିକାରୀ ଭାବେ ଯୋଗ ଦେଇଛନ୍ତି ଆର ବିଜୟ କୁମାର। ତେବେ ସେ କାର୍ଯ୍ୟ ରେ ଯୋଗ ଦେବା ପରେ ଆଜି କୋରୁକୋଣ୍ଡା ବ୍ଲକ ଉତ୍କଳ ସାମ୍ବାଦିକ ସଙ୍ଘର କର୍ମକର୍ତ୍ତା ଓ ସଦସ୍ୟ ମାନେ ତାଙ୍କୁ ଭେଟି ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଛନ୍ତି। ଏହି ଅବସରରେ ନୂତନ ଥାନାଧିକାରୀ ଶ୍ରୀ ବିଜୟ କୁମାର ସାମ୍ବାଦିକ ମାନଙ୍କ ସହ ସ୍ଥାନୀୟ ଅଞ୍ଚଳର ବିଭିନ୍ନ ବିଷୟ କୁ ନେଇ ଆଲୋଚନା କରିଥିଲେ। ଅଞ୍ଚଳରେ ନ୍ୟାୟିକ ବ୍ୟବସ୍ଥା କୁ ସୁଦୃଢ଼ କରିବା, ଶାନ୍ତି ଶୃଙ୍ଖଳା ବଜାୟ ରଖିବା ଦିଗରେ ସେ କାର୍ଯ୍ୟ କରିବେ ବୋଲି ପ୍ରକାଶ କରିବା ସହ ସାମ୍ବାଦିକ ମାନଙ୍କ ସହଯୋଗ ମଧ୍ୟ ଲୋଡିଥିଲେ। ସୂଚନା ଥାଉ କି ଶ୍ରୀ ବିଜୟ କୁମାର ପୂର୍ବେ ଦୁର୍ନୀତି ନିବାରଣ ବିଭାଗରେ କାର୍ଯ୍ୟରତ ଥିଲେ। ପୂର୍ବ ଥାନାଧିକାରୀ ହିମାଂଶୁ ଶେଖର ବାରିକ ଙ୍କ ବଦଳି ପରେ ଶ୍ରୀ ବିଜୟ କୁମାର ଙ୍କୁ ବର୍ତ୍ତମାନ କୋରୁକୋଣ୍ଡା ସ୍ଥିତ ମାଲକାନଗିରି ସଦର ଥାନା ଅଧିକାରୀ ଭାବେ ଦାୟିତ୍ୱ ପ୍ରଦାନ କରାଯାଇଛି। ସେ କାର୍ଯ୍ୟରେ ଯୋଗ ଦେବା ପରେ କୋରୁକୋଣ୍ଡା ବ୍ଲକ ଉତ୍କଳ ସାମ୍ବାଦିକ ସଙ୍ଘ ସଭାପତି ପ୍ରଦୀପ କୁମାର ମହାରଣା, କୋଷାଧ୍ୟକ୍ଷ ଅବିନାଶ ବେହେରାଙ୍କ ସହ ସାମ୍ବାଦିକ ସୁଧାଂଶୁ ଶେଖର ମହାନ୍ତି ଏବଂ ସୁରେନ୍ଦ୍ର ହାଲବା ଙ୍କ ସହ ଅନ୍ୟ ସଦସ୍ୟ ମାନେ ଉପସ୍ଥିତ ରହି ପୁଷ୍ପଗୁଚ୍ଛ ଏବଂ ଉତ୍ତରୀୟ ପ୍ରଦାନ କରି ସ୍ୱାଗତ ଜଣାଇଥିଲେ।

