ମାଲକାନଗିରି,୧୯/୧୨(ସୁଧାଂଶୁ ଶେଖର ମହାନ୍ତି)ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ସଦର ସ୍ଥିତ ମାଲକାନଗିରି ସଦର ଥାନାରେ ଆଜି ନୂତନ ଥାନାଧିକାରୀ ଭାବେ ଆର ବିଜୟ କୁମାର ଯୋଗ ଦେଇଛନ୍ତି। ପୂର୍ବେ ଥାନାଧିକାରୀ ଭାବେ ହିମାଂଶୁ ଶେଖର ବାରିକ ରହିଥିବା ବେଳେ ତାଙ୍କର ବଦଳି ହୋଇଛି। ବର୍ତ୍ତମାନ ସେ ମାଲକାନଗିରି ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟକୁ ବଦଳି ହୋଇଥିବା ଜଣାପଡିଛି। ନୂତନ ଥାନାଧିକାରୀ ଭାବେ ଶ୍ରୀ ବିଜୟ କୁମାର ଯୋଗ ଦେବା ପରେ ଆଜି ବିଭିନ୍ନ ମହଲରୁ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି। ତେବେ ଶ୍ରୀ ବିଜୟ କୁମାର ପୂର୍ବେ ମାଲକାନଗିରି ସ୍ଥିତ ଦୁର୍ନୀତି ନିବାରଣ ବିଭାଗରେ ଦୀର୍ଘ ଦିନ ଧରି ଇନସ୍ପେକ୍ଟର ଭାବେ କାର୍ଯ୍ୟରତ ଥିଲେ। ବର୍ତ୍ତମାନ ତାଙ୍କର ଜିଲ୍ଲା ପୋଲିସ ବିଭାଗକୁ ବଦଳି ହେବା ପରେ ସେ କୋରୁକୋଣ୍ଡା ସଦର ଥାନାଧିକାରୀ ଭାବେ ଯୋଗ ଦେଇଛନ୍ତି। ନୂତନ ଥାନାଧିକାରୀ କୋରୁକୋଣ୍ଡା ଥାନାରେ ଯୋଗ ଦେବା ପରେ ଅଞ୍ଚଳରେ ହେଉଥିବା ଅଧିକାଂଶ ଅପରାଧ ସଂଖ୍ୟା କମ ହେବା ସହ ସଦର ମହକୂମାରେ ଶାନ୍ତି ଶୃଙ୍ଖଳା ବଜାୟ ରହିବା ନେଇ ଆଶା କରାଯାଉଛି।

