ବାରିପଦା, ୧୮/୧୧(ପାଇକପୁଅ)ରାଜ୍ୟ ପୋଲିସ ହାଉସିଂ କର୍ପୋରେସନରେ ଦୁର୍ନୀତି ଖୋରଙ୍କ ରାଜ ଚାଲିଥିବା ନେଇ ସତ୍ୟ ସନ୍ଧାନରେ ସଂଗଠନ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଜନ ଶୁଣାଣି ପ୍ରକୋଷ୍ଠ ତଥା ସିବିଆଇ ନିକଟରେ ଅଭିଯୋଗ କରାଯାଇଥିବା ବେଳେ, ଏହି ଅଭିଯୋଗ ମୂଳେ ସିବିଆଇର ନିର୍ଦ୍ଦେଶ କ୍ରମେ ମାର୍ଚ୍ଚ ମାସ ୧୭ ତାରିଖରେ ଓଡିଶା ସରକାରଙ୍କ ଗୃହ ବିଭାଗ ଅତିରିକ୍ତ ସଚିବ ଚିଠି ନଂ ୧୧୫୬୩ ମୂଳେ ଭିଜିଲାନ୍ସ ନିର୍ଦ୍ଦେଶକଙ୍କୁ ରାଜ୍ୟ ପୋଲିସ ହାଉସିଂ କର୍ପୋରେସନର ଦୁଇଜଣ କର୍ମଚାରୀ ପ୍ରିୟଦର୍ଶିନୀ ନାୟକ ଏବଂ ଶିବରାମ ନାୟକ (ଅବସର ପ୍ରାପ୍ତ) ଙ୍କ ନାମରେ ଆସିଥିବା ଅଭିଯୋଗର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ।ତେବେ ଭିଜିଲାନ୍ସ ତଦନ୍ତ କରୁଥିବା ଜାଣି ମଧ୍ୟ ପୋଲିସ ହାଉସିଂ କର୍ପୋରେସନର ବଡ଼ ବାବୁ ମାନେ ପ୍ରିୟଦର୍ଶିନୀ ନାୟକଙ୍କ ବିରୋଧରେ ବିଭାଗ କୌଣସି କାର୍ଯ୍ୟାନୁଷ୍ଠାନ ନନେଇ ତାଙ୍କୁ ଭୁବନେଶ୍ବର ବଦଳି କରିବା ଏବଂ ବର୍ଷ ବର୍ଷ ଧରି ଏଜୀ ଅଡିଟ କମ୍ପଲାୟ କରିନଥିବା ଶିବରାମଙ୍କ ଅବସର କାଳୀନ ବେନେଫିଟ କିଭଳି ଭାବେ ରିଲିଜ ହେଲା ବୋଲି ଅଭିଯୋଗକାରୀ ମାନେ ପ୍ରଶ୍ନ ଉଠାଇଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଦୁର୍ନୀତି ବିରୋଧରେ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ନେଉଥିବା ବେଳେ ଏହି କ୍ଷେତ୍ରରେ ବ୍ୟତିକ୍ରମ ଖୋଦ ମୁଖ୍ୟମନ୍ତ୍ରୀଙ୍କ ବିଭାଗରେ ଦେଖିବାକୁ ମିଳିଛି ବୋଲି ସତ୍ୟ ସନ୍ଧନରେ ଅନୁଷ୍ଠାନର ସଦସ୍ୟ ମାନେ ଅଭିଯୋଗ କରିଛନ୍ତି। ବିଭାଗରେ ଅନ୍ୟ ଅଧିକାରୀ ମାନଙ୍କୁ ଅନ୍ୟତ୍ର ବଦଳି ସହିତ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ନିଆଯାଉଥିବା ବେଳେ ଦୁର୍ନୀତିରେ ଲିପ୍ତ ପ୍ରିୟଦର୍ଶିନୀ ନାୟକଙ୍କୁ ତାଙ୍କ ଇଚ୍ଛା ମୁତାବକ ଜାଗାକୁ ବଦଳି କରାଯାଉଛି। ରାଜ୍ୟରେ ଅନେକ ଶିକ୍ଷିତ ବେକାର ଯୁବକ ଯୁବତୀ ଚାକିରୀ ନପାଇ ରାଜ ରାସ୍ତାରେ ବୁଲୁଥିବା ବେଳେ ଏହି ଦୁର୍ନୀତି ଖୋରଙ୍କୁ କାହିଁକି ବିଭାଗ ଏତେ ଅନୁକମ୍ପା ଦେଖାଉଛି ବୋଲି ଅଭିଯୋଗକାରୀ ମାନେ ପ୍ରଶ୍ନ କରିଥିବା ବେଳେ, ଯଦି ବିଭାଗ ତରଫରୁ କୌଣସି ଆଖିଦୃଶିଆ ପଦକ୍ଷେପ ନନିଆଯାଏ, ତେବେ ମାନ୍ୟବର ଉଚ୍ଚନ୍ୟାୟାଳୟ ରେ ମାମଲା ଦାୟର ହେବ ବୋଲି ସତ୍ୟ ସନ୍ଧାନରେ ସଂଗଠନର ସଦସ୍ୟ ମାନେ କହିଛନ୍ତି।

