ମାଲକାନଗିରି,୧୮/୧୧ (ସୁଧାଂଶୁ ଶେଖର ମହାନ୍ତି)ସୁରକ୍ଷା ବଳ ଗୁଳିରେ ଟଳିଲା ଟପ ମାଓ ନେତା ହିଡମା, ମାଓ ସଂଗଠନର ଆଗ ଧାଡିର ନେତା କୁହାଯାଉଥିବା ହିଡମାର ମୃତ୍ୟୁ ପରେ ପୁଣିଥରେ ସଙ୍ଗଠନ ନେତୃତ୍ଵହିନ ହୋଇ ପଡିଥିବା କୁହାଯାଉଛି। ତଥ୍ୟ ଅନୁଯାୟୀ ମାଲକାନଗିରି ସୀମାନ୍ତ ଆନ୍ଧ୍ରପ୍ରଦେଶରେ ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଘଟି ଦେଢକୋଟି ପୁରସ୍କାର ଘୋଷିତ ମୋଷ୍ଟ ୱାଣ୍ଟେଡ ମାଓଦମ୍ପତି ହିଡମା ଓ ତାଙ୍କ ପତ୍ନୀଙ୍କ ସହ ୬ମାଓନେତା ନିହତ ହୋଇଥିବାର ଜଣା ପଡିଛି। ଆଗ ଧାଡିର ମାଓ ନେତାଙ୍କ ନିହତରେ ମାଓସଂଗଠକୁ ଶକ୍ତ ଧକ୍କା ଲାଗିଛି। ଧିରେ ଧିରେ ମାଓଗଡ଼ ଭୁଶୁଡି ପଡୁଥିବା ବେଳେ ମାଓ ସଂଗଠନ ର ମଙ୍ଗ କିଏ ଧରିବେ ସେ ନେଇ ଚିନ୍ତିତ ହୋଇପଡିଛି ମାଓ ସଂଗଠନ। ଆଜି ସକାଳୁ ମାଲକାନଗିରି ଜିଲ୍ଲା ମୋଟୁ ସୀମାନ୍ତ ଆନ୍ଧ୍ରପ୍ରଦେଶର ଆଲୁରି ସୀତାରାମରାଜୁ ଜିଲ୍ଲାରେ ମାରେଡୁମେଲ୍ଲୀ ଜଙ୍ଗଲ ରେ ମାଓବାଦୀ ଙ୍କ ଗୁପ୍ତ ବୈଠକ ଚାଲିଥିବା ଗୋଇନ୍ଦା ସୂତ୍ରରୁ ସୂଚନା ଖବର ପାଇ ସେ ଜଙ୍ଗଲ ଉପରେ ଆନ୍ଦ୍ରପ୍ରଦେଶ ପୁଲିସ ଓ ଯବାନ ମାନେ ସର୍ଚ୍ଚ ଅପରେସନ ଆରମ୍ଭ କରିଦେଇଥିଲେ। ପ୍ରଥମେ ଜଙ୍ଗଲ ରୁ ମାଓବାଦୀ ମାନେ ଗୁଳିଚାଳନା କରିଥିଲେ, ତାର ପାଲଟା ଜବାବ ରେ ପୋଲିସ ଓ ଯବାନ ଗୁଳି ଚଲାନା କରିଥିଲେ। କିଛି ସମୟ ଧରି ମାଓବାଦୀ ଯବାନ ଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ପୁଲିସ୍ ଗୁଳିରେ ମୋଷ୍ଟ ୱାଣ୍ଟେଡ ମାଓ ନେତା ମାଡଭି ହିଡମା ଓ ତାଙ୍କର ପତ୍ନୀ ରାଜେ ନିହତ ହୋଇଥିବା ସୁଚନା ମିଳିଛି । ଦୁହେଁ ମାଓ ସଂଗଠନ କେନ୍ଦ୍ରୀୟ କମିଟି ସଦସ୍ୟ ଥିଲେ । ହିଡମାଙ୍କ ମୁଣ୍ଡ ଉପରେ ଛତିଶଗଡ ସରକାର ଏକ କୋଟି ଟଙ୍କାର ପୁରସ୍କାର ଘୋଷଣା କରିଥିଲେ ଏବଂ ପତ୍ନୀ ରାଜେଙ୍କ ଉପରେ ୫୦ ଲକ୍ଷ ଟଙ୍କାରୁ ଅଧିକ ପୁରସ୍କାର ଅଛି । ଦଣ୍ଡକାରଣ୍ୟ ସ୍ପେଶାଲ ଜୋନାଲ କମିଟିର ଆଉ ଦୁଇଜଣ ଟପ ମାଓବାଦି ଚେଲ୍ଲୁରି ନାରାୟଣ ଓରଫ ସୁରେଶ ଓ ଶଙ୍କର ଆନ୍ନା ଏବଂ ବରିଷ୍ଠ ମାଓବାଦୀ ନେତା ଆଜାଦଙ୍କ ମଧ୍ୟ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ହିଡମା ସମେତ ୬ଜଣ ମାଓବାଦୀ ନିହତ ହୋଇଥିବା ଆନ୍ଧ୍ର ପ୍ରଦେଶ ପୁଲିସ୍ ଡିଜିପି ହରିଶ କୁମାର ଗୁପ୍ତା ସୂଚନା ଦେଇଛନ୍ତି । ଆଜି ସକାଳ ୭ଟା ମଧ୍ୟରେ ଏହି ଏନକାଉଣ୍ଟର ହୋଇଥିଲା । ମାଓନେତା ହିଡ଼ମା ଓ ତାଙ୍କର ସହଯୋଗୀ ଆନ୍ଦ୍ରପ୍ରଦେଶ, ତେଲଙ୍ଗନା,ଓଡିଶା, ଛତିଶଗଡ଼ ରାଜ୍ୟ ର ବିଭିନ୍ନ ସୀମାନ୍ତ ଵର୍ତ୍ତି ଅଞ୍ଚଳ ରେ ଅନେକ ଥର ହିଂସା କାଣ୍ଡ ଘଟଇବା ସହିତ ସୁରକ୍ଷାକର୍ମୀ ଏବଂ ସାଧାରଣ ଲୋକଙ୍କ ଉପରେ ଆକ୍ରମଣ ଓ ହତ୍ୟା ଘଟଣା ରେ ନେତୃତ୍ୱ ନେଇଥିଲେ ମାଓନେତା ମାଡଭି ହିଡମା । ସୁରକ୍ଷା ବାହିନୀ ଆନ୍ଧ୍ର ପ୍ରଦେଶ, ଛତିଶଗଡ଼ ଏବଂ ଓଡ଼ିଶା ସୀମାର ତ୍ରି-ସଂଯୋଗ ନିକଟସ୍ଥ ମାରେଡୁମିଲ୍ଲୀ ଜଙ୍ଗଲରେ ମାଓବାଦୀଙ୍କ ଗତିବିଧି ବିଷୟରେ ସୂଚନା ପାଇଥିଲେ । ଏହା ପରେ, ସ୍ଥାନୀୟ ପୋଲିସ ସହିତ ମାରେଡୁମିଲ୍ଲୀ ଜଙ୍ଗଲ ଅଞ୍ଚଳରେ ଏକ କମ୍ବିଂ ଅପରେସନ କରାଯାଇଥିଲା । ଆଜି ସକାକୁ ଗୁଳିବିନିମୟ ଘଟି ୬ ମାଓନେତା ଙ୍କ ମୃତ୍ୟୁ ଘଟିଛି। ଏବେ ବି ସେ ଅଞ୍ଚଳରେ କମ୍ବିଂ ଅପରେସନ ଜାରି ରହିଛି। ମୋଷ୍ଟ ୱାଣ୍ଟେଡ ମାଓ ନେତା ହିଡମା ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ସୁକମା ଜିଲ୍ଲାର ପୁନାର୍ଥ ଗାଁରେ ଜନ୍ମଗ୍ରହଣ କରିଥିଲେ। ତାଙ୍କର ପ୍ରକୃତ ନାମ ମାଦଭି ହିଡମା ଓରଫ ସନ୍ତୋଷ। ସେ ୨୫ ବର୍ଷ ପୂର୍ବେ ଆତ୍ମଗୋପନ କରିଥିଲେ। ସେ ବସ୍ତର ଏବଂ ଦାନ୍ତେୱାଡା ଅଞ୍ଚଳ ବାହିନୀର ଜଣେ ପ୍ରମୁଖ ସଦସ୍ୟ ହୋଇଥିଲେ। ସେ ଯୁବ ବୟସରେ ମାଓବାଦୀ କେନ୍ଦ୍ରୀୟ କମିଟିର ସଦସ୍ଯ ହୋଇଥିଲେ। ଗରିଲା ଆକ୍ରମଣର ରଣନୀତିକାର ଭାବରେ ଜଣାଶୁଣା, ହିଡମା ପିପୁଲ୍ସ ଲିବରେସନ ଗରିଲା ଆର୍ମି (ପିଏଲଯିଏ)ର ପ୍ଲାଟୁନ-୧ କମାଣ୍ଡର ଭାବରେ କାର୍ଯ୍ୟ କରିଥିଲେ। ତାଙ୍କୁ ଦଣ୍ଡକାରଣ୍ୟ ସ୍ବତନ୍ତ୍ର ଜୋନାଲ କମିଟିର ସଦସ୍ୟ ମଧ୍ୟ କରାଯାଇଥିଲା। ସେ ମାଲ୍ଲା ଏବଂ ନିଶାଦ ସମ୍ପ୍ରଦାୟର ଶହ ଶହ ଲୋକଙ୍କୁ ମାଓବାଦୀ ଦଳରେ ନିଯୁକ୍ତି ଦେଇଥିଲେ। ସେମାନଙ୍କୁ ସଶସ୍ତ୍ର ତାଲିମ ଦିଆଯାଇଥିଲା ଏବଂ ପିଏଲଯିଏ ରେ ସାମିଲ କରାଯାଇଥିଲା, ଯାହା ସେମାନଙ୍କୁ ଏକ ଅଭେଦ୍ୟ ସେନା କରିଥିଲା। ପୋଲିସ ସୂତ୍ର ଅନୁଯାୟୀ, ପୂର୍ବରୁ ହିଡମାଙ୍କ ନେତୃତ୍ୱରେ ସୁରକ୍ଷା ବାହିନୀ ଉପରେ ଅନେକ ଆକ୍ରମଣ କରାଯାଇଥିଲା। ମୋଷ୍ଟ ୱାଣ୍ଟେଡ୍ ତାଲିକାରେ ଥିବା ହିଡମା ଅନେକ ଥର ପୋଲିସ କୁ ଚକମା ଦେଇ ଖସି ପଳାଇ ବା ରେ ସଫଳ ହୋଇଥିଲେ।

