ନୂଆଦିଲ୍ଲୀ,୨୧/୦୮(ପାଇକପୁଅ)ବଢିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କ ସୁରକ୍ଷା ବ୍ୟବସ୍ଥା।ଗୁରୁବାର ଠାରୁ କେନ୍ଦ୍ରୀୟ ରିଜର୍ଭ ପୁଲିସ ଫୋର୍ସ (ସିଆରପିଏଫ) ତାଙ୍କ ସୁରକ୍ଷା ଦାୟିତ୍ୱ ନେଇଛି।ବୁଧବାର ଜନଶୁଣାଣି କାର୍ଯ୍ୟକ୍ରମ ସମୟରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କ ଉପରେ ଆକ୍ରମଣ କରିଥିବା ସକାରିଆ ରାଜେଶଭାଇ ଖିମ୍ଜିଭାଇଙ୍କୁ ଆଜି ଅର୍ଥାତ୍ ଗୁରୁବାର ପାଞ୍ଚ ଦିନିଆ ପୁଲିସ ରିମାଣ୍ଡରେ ପଠାଯାଇଛି। ଏହି ଘଟଣା ପରେ ଏବେ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ବଢ଼ାଇ ଦିଆଯାଇଛି।

