ବାରିପଦା, ୨୧/୦୮(ପାଇକପୁଅ)ବହୁ ପ୍ରତୀକ୍ଷିତ ଦଶ ଦଫା ଦାବୀ ପୁରଣ କରିବାରେ ରାଜ୍ୟ ସରକାରଙ୍କ ସହ ଆଲୋଚନା ବିଫଳ ହେବା ପରେ ରାଜସ୍ୱ ଅମଲା ସଂଘର ପୂର୍ବନିର୍ଦ୍ଧାରିତ ନିଷ୍ପତ୍ତି ଅନୁଯାୟୀ ଜିଲ୍ଲା ସ୍ତରୀୟ ରାଜସ୍ୱ କନିଷ୍ଠ ଅମଲା ମାନଙ୍କ ମୂଳ ଦରମା ଲେବେଲ -9 କରାଯିବା ଦାବିରେ ଅଗଷ୍ଟ ୧୧ତାରିଖରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ରାଜସ୍ବ ଅମଲା ମାନେ ସାମୁହିକ ଛୁଟିରେ ରହିବା ପରିପ୍ରେକ୍ଷୀରେ ଆଜି ଏକଦଶ ଦିନରେ ମୟୂରଭଞ୍ଜ ଜିଲ୍ଲାର ସମସ୍ତ ରାଜସ୍ୱ ଅମଲା ମଧ୍ୟ ସାମୁହିକ ଛୁଟିରେ ଅଛନ୍ତି। ଯେତେ ଦିନ ପର୍ଯ୍ୟନ୍ତ ରାଜ୍ୟ ସରକାର ଦାବୀ ପୂରଣ କରି ବିଜ୍ଞପ୍ତି ପ୍ରକାଶ କରିବେ ନାହିଁ, ସେତେ ଦିନ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ସଙ୍ଘର ମୟୁରଭଞ୍ଜ ଜିଲ୍ଲା ମୁଖ୍ୟ ଉପଦେଷ୍ଟା ଅଶୋକ କୁମାର ବେହେରା, ଜିଲ୍ଲା କୋଷାଧ୍ୟକ୍ଷ ସୁମନ୍ତ କୁମାର ନାୟକ, ଜିଲ୍ଲା ସାଙ୍ଗଠନିକ ସମ୍ପାଦକ ତନ୍ମୟ ଦାସ, ସଦସ୍ୟ ଚୁନୁରାମ ସିଂ, ଉତ୍ତମ କୁମାର ବେହେରା, ବ୍ରହ୍ମlନନ୍ଦ ମୁଖି, ସନ୍ତୋଷ କୁମାର ସେଠୀ, ସୁନିତା ମହାପାତ୍ର, ବିଜୟଭlରତୀ ଦାଶ, ସତ୍ୟରଞ୍ଜନ ମହାନ୍ତି, କୃଷ୍ଣଚନ୍ଦ୍ର ସାହୁ, ଦିପ୍ତିମୟୀ ସେଠୀ, ବାରିପଦା ଉପଖଣ୍ଡ ଉପସଭାପତି ତପନ କୁମାର ବେହେରା, ଜିଲ୍ଲା କୋର କମିଟି ସଦସ୍ୟ ତ୍ରିଲୋଚନ ଜେନା ପ୍ରମୁଖ ପ୍ରକାଶ କରିଛନ୍ତି. ତେବେ ଅମଲା ମାନଙ୍କର ଆନ୍ଦୋଳନ ଫଳରେ ବିଭିନ୍ନ ସରକାରୀ ଅଫିସରେ ଫାଇଲ ପ୍ରସେସିଂ କାର୍ଯ୍ୟ ଠିକରେ ହୋଇ ପାରୁ ନଥିବାରୁ ସାଧାରଣ ଜନତା ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।ତେବେ ଏହି ଆନ୍ଦୋଳନ ସମୟରେ ଜନ ସାଧାରଣ ଯାହା ଅସୁବିଧାର ସମ୍ମୁଖୀନ ହେବେ ସେଥିପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ଦାୟୀ ରହିବେ ବୋଲି ସଂଘର କର୍ମକର୍ତ୍ତା ମାନେ ଚେତାବନୀ ଦେଇଛନ୍ତି। ତେବେ ଦାବି ପୂରଣ କରିବା ପରିବର୍ତ୍ତେ, ଅତିରିକ୍ତ ମୁଖ୍ୟ ଶାସନ ସଚିବ, ରାଜସ୍ୱ ବିଭାଗ ପତ୍ର ସଂ. ୩୦୪୩୧ ତାରିଖ ୧୨.୦୮. ୨୦୨୫ ପତ୍ର ମାଧ୍ୟମରେ ସମସ୍ତ ରାଜସ୍ୱ ଅମଲାଙ୍କୁ କାର୍ଯ୍ୟରେ ଯୋଗ ଦେବାକୁ ଧମକ ଦେଇଛନ୍ତି।ମାତ୍ର ଏଥିରେ ରାଜସ୍ୱ ଅମଲା ସଂଘ ପଛଘୁଞ୍ଚା ନଦେଇ ତାର ଆନ୍ଦୋଳନକୁ ଆହୁରି ତୀବ୍ରତର କରିବ ବୋଲି ଜିଲ୍ଲା ମୁଖ୍ୟ ଉପଦେଷ୍ଟା ଅଶୋକ କୁମାର ବେହେରା ପ୍ରକାଶ କରିବା ସହିତ ଦାବିପୂରଣ ପାଇଁ ସଂଘ ତରଫରୁ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡିଛନ୍ତି।

