ବାରିପଦା, ୨୧/୦୮(ପାଇକପୁଅ)ମୟୁର କଳାଭୂମୀ ଅନୁଷ୍ଠାନ ପକ୍ଷରୁ ବାରିପଦା ପୂର୍ଣ୍ଣ ଚନ୍ଦ୍ର ପୁର ୱାର୍ଡନଂ 15 ଠାରେ ଏକ ନୂତନ ନୃତ୍ୟକେନ୍ଦ୍ର ଉଦଘାଟିତ ହୋଇ ଯାଇଛି।ଉଦଘାଟକ ଭାବରେ ଅତିରିକ୍ତ ଏସପି ସବିତା ମାଝୀ, ଅତିଥି ଭାବରେ ନଗରପାଳ କୃଷ୍ଣାନନ୍ଦ ମହାନ୍ତି, ସମାଜସେବୀ ଶିରୀଶ ଚନ୍ଦ୍ର ହେମ୍ବ୍ରମ, ସମାଜସେବୀ ଅମର ସେଠି, ପ୍ରତାପ ଚନ୍ଦ୍ର ବାରିକ ପ୍ରମୁଖ ଯୋଗଦେଇ ନୃତ୍ୟ କେନ୍ଦ୍ରକୁ ଉଦଘାଟନ କରିବା ସହ ଏହାର ଉତ୍ତରତ୍ତର ଉନ୍ନତି କାମନା କରିଥିଲେ ସାମ୍ବାଦିକ ଦୀପକ କୁମାର ନାୟକ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ, ନୃତ୍ୟ ପ୍ରଶିକ୍ଷିକ ଭାବରେ ଜାମସେଦପୁରର ବିଶିଷ୍ଟ ନୃତ୍ୟ କରିୟଗ୍ରାଫର ସାହିଲ ଯୋଗ ଦେଇ ପିଲା ମାନଙ୍କୁ ନୃତ୍ୟ ପ୍ରଶିକ୍ଷଣ ଦେଇଥିଲେ। ଏହି କେନ୍ଦ୍ରରେ ଆଗ୍ରହୀ ଅନାଥ ପିଲା ମାନଙ୍କୁ ମାଗଣାରେ ନୃତ୍ୟ ପ୍ରଶିକ୍ଷଣ ପ୍ରଦାନ କରାଯିବ ଏବଂ ପ୍ରତି ସପ୍ତାହର ମଙ୍ଗଳବାର ଠାରୁ ଶୁକ୍ରବାର ସଂନ୍ଧ୍ୟା ୬ଟାରୁ ୯ଘଟିକା ପର୍ଯ୍ୟନ୍ତ ଏହି କେନ୍ଦ୍ରରେ ନୃତ୍ୟ ପ୍ରଶିକ୍ଷଣ ପ୍ରଦାନ କରାଯିବ ବୋଲି ଅନୁଷ୍ଠାନ ତରଫରୁ ନିର୍ଦ୍ଦେଶକ ଦିଲ୍ଲୀପ ପାତ୍ର କହିଛନ୍ତି। ଧୀରୋଜ ପାଢ଼ୀ, ଦୀପା ସିଂ, ତରୁଣ ପରମାଣିକ, ଯଶୋଦା ସୋରେନ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

