ନୂଆଦିଲ୍ଲୀ, ୦୬/୦୮(ପାଇକପୁଅ) ଅଗଷ୍ଟ ୧୭ରେ ବସିପାରେ ସଂସଦର ସ୍ବତନ୍ତ୍ର ଅଧିବେଶନ। ସୀମା ପୁନଃନିର୍ଦ୍ଧାରଣ ବିଲ୍ ଓ ମହିଳା ସଂରକ୍ଷଣ ସଂଶୋଧନ ବିଲ୍କୁ ଗୃହୀତ କରାଇବା ଲକ୍ଷ୍ୟରେ ସରକାର ସ୍ବତନ୍ତ୍ର ଅଧିବେଶନ ଡକାଇବେ। ଚଳିତ ମୌସୁମି ଅଧିବେଶନର କାର୍ଯ୍ୟକାଳ ଅଗଷ୍ଟ ୧୩ରେ ଶେଷ ହେବ।ମହିଳା ସଂରକ୍ଷଣ ଓ ସୀମା ପୁନଃନିର୍ଦ୍ଧାରଣ ବିଲ୍କୁ ଗୃହୀତ କରାଇବା ଲାଗି ଗତ ଏପ୍ରିଲ୍ରେ ସରକାର ସ୍ବତନ୍ତ୍ର ଅଧିବେଶନ ଡକାଇଥିଲେ। ମାତ୍ର ଦୁଇ ତୃତୀୟାଂଶ ସଂଖ୍ୟା ଗରିଷ୍ଠତା ଅଭାବରୁ ଏହି ବିଲ୍ ପାସ୍ ହୋଇପାରି ନଥିଲା। ତେବେ ଏପ୍ରିଲ ମାସ ତୁଳନାରେ ଏବେ ଲୋକସଭାରେ ଏନଡିଏର ସ୍ଥିତି ଦୃଢ ରହିଛି। ଟିଏମ୍ସି ଓ ଶିବସେନା ( ୟୁବିଟି) ସାଂସଦମାନେ ଦଳ ପରିବର୍ତ୍ତନ କରିବା ପରେ ଲୋକସଭାରେ ଏନଡିଏ ଦୁଇ ତୃତୀୟାଂଶ ସଂଖ୍ୟା ଗରିଷ୍ଠତାର ନିକଟତର ହୋଇଛି। ସେହିପରି କଂଗ୍ରେସ ସହିତ ଡିଏମ୍କେର ତିକ୍ତତା କାରଣରୁ ବିରୋଧୀ ଇଣ୍ଡି ମେଣ୍ଟର ଶକ୍ତି ହ୍ରାସ ପାଇଛି।

