ଅନୁଗୋଳ, ୧୮/୦୮(ପାଇକପୁଅ) ଭିଜିଲାନସ ଜାଲରେ ଅନୁଗୋଳ ଜଳସେଚନ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ସୁରେନ୍ଦ୍ର ବେହେରା । ଆୟ ବର୍ହୂଭତ ସମ୍ପତ୍ତି ଯୁଳ ଅଭିଯୋଗରେ ଏକକାଳୀନ ୮ଟି ସ୍ଥାନରେ ଚାଲିଛି ଚଢାଉ।ଅନୁଗୋଳ, ଭୁବନେଶ୍ବର, ସୁନ୍ଦରଗଡ଼, ଗଞ୍ଜାମ ଓ ରାଉରକେଲାରେ ଚାଲିଛି ରେଡ୍ । ସୁନ୍ଦରଗଡ଼ରେ ୩ ମହଲା କୋଠା, ରାଉରକେଲା ଗୋପବନ୍ଧୁ ନଗର ଛେଣ୍ଡରେ ଦୁଇ ମହଲା କୋଠା ଓ ଭୁବନେଶ୍ବରର ଘାଟିକିଆରେ ରହିଛି ଦୁଇଟି ଫ୍ଲାଟ ।ଏଥିସହ ଗଞ୍ଜାମରେ ଥିବା ତାଙ୍କର ନିଜ ଗ୍ରାମ, ଗଞ୍ଜାମ ପୁରୁଷୋତ୍ତମପୁର ବେହେରା ସାହିରେ ଥିବା ପୈତୃକ ଘର, ଅନୁଗୁଳସ୍ଥିତ ସରକାରୀ କ୍ବାର୍ଟର ଏବଂ ଜଳସେଚନ ଡିଭିଜନ କାର୍ଯ୍ୟାଳୟରେ ଚଢାଉ ଚାଲିଛି ।
ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ସୋମବାର ସକାଳୁ ଅଧୀକ୍ଷଣ ଯନ୍ତ୍ରୀ ଶ୍ରୀଯୁକ୍ତ ବେହେରାଙ୍କ ୮ଟି ଠିକଣାରେ ଚଢାଉ କରିଛି ଭିଜିଲାନ୍ସ ।

