କୋଣାର୍କ, ୨୯/୦୯(ପାଇକପୁଅ) ଅଟଳ ନିର୍ମାଣ ଶ୍ରମିକ ମହାସଂଘ, ପୁରୀ ଜିଲ୍ଲାର ଏକ ସାଧାରଣ ପରିଷଦ ବୈଠକ ପୁରୀସ୍ଥିତ ଆଖଣ୍ଡଳମଣି ମନ୍ଦିର ନିକଟରେ ଅନୁଷ୍ଟିତ ହୋଇଯାଇଅଛି। ମହାସଂଘର କାର୍ଯ୍ୟକାରୀ ସଭାପତି ଅଶ୍ୱିନୀ ନନ୍ଦଙ୍କ ସଭାପତିତ୍ଵରେ ଅନୁଷ୍ଟିତ ଏହି ବୈଠକରେ ପୁରୀ ଜିଲ୍ଲାରେ ରହିଥିବା ପଞ୍ଜିକୃତ ଶ୍ରମିକ ମାନଙ୍କ ସମସ୍ୟା ଓ ଜିଲ୍ଳା ଶ୍ରମ କାର୍ଯ୍ୟାଳୟରେ ଦଲାଲ ମାନଙ୍କ ପାର୍ଦୁଭାବକୁ ନେଇ ଉଦବେଗ ପ୍ରକାଶ ପାଇଥିଲା। ଶ୍ରମ କାର୍ଯ୍ୟାଳୟରେ ସଠିକ ଭାବେ କାର୍ଯ୍ୟ ତୁଲାଇବା ସହ ତଦାରଖ କରିବା ପାଇଁ ମହାସଂଘ ପକ୍ଷରୁ ତିନିଜଣଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଥିବା ବେଳେ ଶ୍ରମ କାର୍ଯ୍ୟାଳୟରେ କିଛି ଅଧିକାରୀ ମନମୁଖୀ କାର୍ଯ୍ୟ କରୁଥିବା ଘଟଣାକୁ ବୈଠକରେ ନିନ୍ଦା ପ୍ରକାଶ କରାଯାଇଥିଲା। ଶ୍ରମିକ ମାନଙ୍କ ସମସ୍ୟା ଓ ପଞ୍ଜିକୃତ ଶ୍ରମିକ ମାନଙ୍କ ବିଭିନ୍ନ ସହାୟତା ରାଶି ପ୍ରଦାନ ବିଳମ୍ୱ ଘଟଣାକୁ ନେଇ ପୁଙ୍ଖନୁପୁଙ୍ଖ ଆଲୋଚନା କରାଯାଇଥିଲା। ଆଗାମୀ ଦିନରେ ଯଦି ଏହି କାର୍ଯ୍ୟରେ କିଛି ପରିବର୍ତ୍ତନ ନହୁଏ ତେବେ ମହାସଂଘ ପକ୍ଷରୁ ଆନ୍ଦୋଳନାତ୍ମକ ପନ୍ଥା କରାଯିବା ସହ ବିଭିନ୍ନ କାର୍ଯ୍ୟକ୍ରମ କରାଯିବ ବୋଲି ମହାସଂଘର ସାଧାରଣ ସମ୍ପାଦକ ମହେଶ୍ୱର ମୁଦୁଲି ମତବ୍ୟକ୍ତ କରିଅଛନ୍ତି। ସେହିପରି କିଛି ପଞ୍ଜିକୃତ ଶ୍ରମିକ ନିଜସ୍ଵ ଘୋଷଣା ପତ୍ରରେ ସ୍ୱାକ୍ଷର କରୁଥିବା ବେଳେ ନିଜେ ଶ୍ରମ କାର୍ଯ୍ୟାଳୟକୁ ନଆସି କିଛି ମଧ୍ୟସ୍ଥିଙ୍କ ମାଧ୍ୟମରେ କାର୍ଯ୍ୟ ହାସଲ କରୁଥିବା ଯାହାକି ନିୟମ ବିରୋଧ ହୋଇଥିବା ବେଳେ ଏହାକୁ ଶ୍ରମ କାର୍ଯ୍ୟାଳୟ ପକ୍ଷରୁ ପ୍ରତିବାଦ କରାଯାଉନଥିବାରେ ମହସଂଘ ପକ୍ଷରୁ ନିନ୍ଦା କରାଯାଇଥିଲା।ଅନୁଷ୍ଟିତ ଏହି ବୈଠକରେ ମହସଂଘର ଉପ ସଭାପତି ବିଚିତ୍ରା କୁମାର ସାହୁଙ୍କ ସମେତ ଅନ୍ୟ ମାନେ ଉପସ୍ଥିତ ରହି ଆଗାମୀ ବୈଠକ ପାଇଁ କାର୍ଯ୍ୟପନ୍ଥା ସ୍ଥିର କରାଯାଇଥିଲା।ଏହି ବୈଠକରେ ମହାସଂଘର ମହେଶ୍ୱର ମହାରଣା, ପ୍ରଦୀପ୍ତ କୁମାର ବିଶ୍ୱାଳ,ଅଜୟ କୁମାର ଘଡ଼େଇ, ଗଜେନ୍ଦ୍ର ସାହୁ, ସୁଦର୍ଶନ ପ୍ରଧାନ, ବାଳକୃଷ୍ଣ ବେହେରା, ସଂଯୁକ୍ତା ଦାସ, ଜଟାଧାରୀ ନାୟକ, ବାହାନ ପରିଡ଼ା, ବିଚିତ୍ର ଓଝା, ଶିବ ନାରାୟଣ ମହାରଣା,ନାରାୟଣ ଶିଳ,ସୁରେନ୍ଦ୍ର ବାରିକ, ମଙ୍ଗୁଳି ପାଲଟାସିଂ, ଇନ୍ଦ୍ରମଣୀ ନାୟକ ପ୍ରମୁଖ ଉପସ୍ଥିତ ରହିଥିଲେ।

