ଯୋଡ଼ା, ୨୭/୦୯(ପାଇକପୁଅ)କେନ୍ଦୁଝର ଜିଲ୍ଲା ଯୋଡ଼ା ଖଣି ମଣ୍ଡଳ ଅଞ୍ଚଳର ବହୁ ଚର୍ଚ୍ଚିତ ଯୋଡ଼ା ଟ୍ରକ ମାଲିକ ସଙ୍ଘ ର ନିର୍ବାଚନ କୁ ନେଇ ଚାଲିଥିବା କଳ୍ପନା ଜଳ୍ପନା ର ଅନ୍ତ ଘଟିଛି।ରବିବାର ଯୋଡ଼ା ଟ୍ରକ ମାଲିକ ସଙ୍ଘ କାର୍ଯ୍ୟାଳୟରେ ସାଧାରଣ ସଭା ଆୟୋଜନ କରି ବିଧିବଦ୍ଧ ଭାବେ କମିଟି କୁ ଭଙ୍ଗ କରି ସଙ୍ଘ ର ସାଧାରଣ ସମ୍ପାଦକ ସୁଶାନ୍ତ କୁମାର ବାରିକ ନିର୍ବାଚନ ଘୋଷଣା କରିଛନ୍ତି। ସଙ୍ଘ ର ସଭାପତି ମାତା ପ୍ରସାଦ ଜୈଶ୍ୱାଲ ଙ୍କ ଅଧ୍ୟକ୍ଷତାରେ ରେ ଆୟୋଜିତ ଏହି ସଭା ରେ ସମ୍ପାଦକ ସୁଶାନ୍ତ କୁମାର ବାରିକ,କ୍ୟାସିଅର ରାଜେଶ ରୋଶନ, ଉପସଭାପତି ବିଜୟ ଆପଟ ଏବଂ ଯୁଗ୍ମ ସମ୍ପାଦକ ଆଶୋକ କାରୁଆ ଉପସ୍ଥିତ ଥିବା ବେଳେ ଅଞ୍ଚଳର ସହସ୍ରା ଧିକ ରୁ ଅଧିକ ଗାଡି ମାଲିକମାନେ ଉପସ୍ଥିତ ଥିଲେ।ସଭା ଆରମ୍ଭରୁ ସମସ୍ତଙ୍କୁ ସ୍ୱାଗତ ଜଣେଇ କ୍ୟାସିଅର ଙ୍କୁ ୫ ବର୍ଷ ୬ ମାସରେ ହୋଇଥିବା ଆୟ ବ୍ୟୟ କୁ ପାଠ କରିଥିଲେ।ତାପରେ ସମ୍ପାଦକ ସୁଶାନ୍ତ କୁମାର ବାରିକ ବାର୍ଷିକ ବିବରଣୀ ପାଠ କରି ୫ ବର୍ଷ କାର୍ଯ୍ୟକାଳ ର ହିସାବ ସହ ଉପଲବ୍ଧି କୁ ପାଠ କରିଥିଲେ।ତେବେ ଏହାରି ମଧ୍ୟରେ ବିଗତ ୫ ବର୍ଷ ମଧ୍ୟରେ କାହିଁକି ସାଧାରଣ ସଭା ଡକା ଗଲାନାହିଁ ଏବଂ ଡିଜେଲ ପେଟ୍ରଲ ଧର ବଢୁଥିବା ସତ୍ତ୍ୱେ ଗାଡି ଭଡା କଣ ପାଇଁ ବଢିପାରିଲା ନାହିଁ ବୋଲି ପୁର୍ବତନ ସମ୍ପାଦକ ରବିନାରାୟଣ ଦାସ ପ୍ରଶ୍ନ କରିବା ସହ ବିଗତ ଦିନରେ ପାଇପ ଲାଇନ କୁ ଵିରୋଧ ପାଇଁ ସଙ୍ଘ ତରଫରୁ ଚାଲିଥିବା ଆନ୍ଦୋଳନ କୁ କାହା ସ୍ଵାର୍ଥ ରେ ଅଧାରୁ ସ୍ଥଗିତ କରାଗଲା ବୋଲି କହିଥିଲେ।ସଭା ରେ ବିନୋଦ ପଟ୍ଟନାୟକ ଅନ୍ୟ ବହୁ ଗାଡ଼ି ମାଲିକ ସମ୍ପାଦକଙ୍କୁ ବହୁତ୍ ପ୍ରଶ୍ନ କରିଥିଲେ।।କିନ୍ତୁ ସମ୍ପାଦକ କୌଣସି ପ୍ରଶ୍ନର ଉତ୍ତର ନଦେଇ ଏଡାଇ ଦେଇଥିଲେ।ତେବେ ଚାଲିଥିବା ସଭାରେ ଗାଡି ମାଲିକ ଏବଂ ସମ୍ପାଦକ ମଧ୍ୟରେ ଅନେକ କଥା କଟା କାଟି ହୋଇଥିବା ଦେଖିବାକୁ ମିଳିଥିଲା।ପରିଶେଷରେ ସମ୍ପାଦକ ସଙ୍ଘକୁ ଅସ୍ଥାୟୀ ରୂପେ କର୍ମଚାରୀମାନେ ପରିଚାଳନା କରିବେ ବୋଲି ସର୍ବ ସହମତି ରେ ଘୋଷଣା କରିଥିଲେ।ତତସହିତ ଆଗାମୀ ୨୯ ଏବଂ ୩୦ ରୁ ନାମାଙ୍କନ ଫର୍ମ ଉପଲବ୍ଧ ହେବ, ୧ ରୁ ୨ ତାରିଖ ପର୍ଯ୍ୟନ୍ତ ନାମନଙ୍କ ଦାଖଲ ୪ ରେ ନାମାଙ୍କନ ଯାଞ୍ଚ ଓ ନାମଙ୍କନ ପ୍ରତ୍ୟାହାର, ଏବଂ ୧୨ ରେ ପୋଷ୍ଟାଲ ବେଲଟ ଜରିଆରେ ନିର୍ବାଚନ ହେବା ନେଇ ସମ୍ପାଦକ ସୁଶାନ୍ତ ବାରିକ ଘୋଷଣା କରିଥିଲେ। ।ଯୋଡ଼ା ଟ୍ରକ ସଙ୍ଘର ନିର୍ବାଚନ ଏଥର ଗାଡି ମାଲିକଙ୍କ ହକ ଏବଂ ସ୍ୱାର୍ଥ ପାଇଁ ଯିଏ ଲଢେ଼ଇ କାରିବ ତାଙ୍କୁ ନିର୍ବାଚିତ କରାଯିବା ନେଇ ଗାଡି ମାଲିମ ମାନେ ମତ ଦେଇଛନ୍ତି।ତେବେ ଗଡି ମାଲିକ ମାନଙ୍କ କହିବା ମୁତାବକ ଏପରି ସଂଘର କର୍ମ କର୍ତ୍ତା ନିର୍ବାଚିତ ହୁଅନ୍ତୁ ଯେପରି ସେମାନେ ସମସ୍ତ ଗଡିମାଲିକଙ୍କ ସ୍ୱାର୍ଥ କୁ ଦେଖି କାମ କରିବେ।

