କୋଣାର୍କ, ୦୫/୦୯(ପାଇକପୁଅ)କୋଣାର୍କ ଅଞ୍ଚଳରେ ବିଭିନ୍ନ ଶିକ୍ଷା ଅନୁଷ୍ଠାନ ସମେତ ଅଗ୍ରଣୀ କୋଚିଂ ସେଣ୍ଟର ସତ୍ୟସାଇ ଷ୍ଟଡି ସର୍କଲ, ମାଧିପୁର ପକ୍ଷରୁ ପବିତ୍ର ଗୁରୁଦିବସ ସମାରୋହ ଓ ଗୁରୁ ସମ୍ବର୍ଦ୍ଧନା ଉତ୍ସବ ପାଳିତ ହୋଇଯାଇଅଛି।ଅନୁଷ୍ଟିତ ଏହି କାର୍ଯ୍ୟକ୍ରମରେ ସର୍ବପଲ୍ଲୀ ରାଧାକୃଷ୍ଣଙ୍କ ଫଟୋଚିତ୍ରରେ ମାଲ୍ୟର୍ପଣ କରାଯିବା ସହ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ଗୁରୁ ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଶନିବାର ଅପରାହ୍ନରେ ଗୁରୁଦିବସ ଉପଲକ୍ଷେ ସତ୍ୟସାଇ ଷ୍ଟଡି ସର୍କଲ ପରିସରରେ ଅନୁଷ୍ଠାନର ଅଧ୍ୟକ୍ଷ ଦୀପ୍ତି ରଞ୍ଜନ ବାରିକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବୋଧନ ଅନୁଷ୍ଟିତ ଗୁରୁ ପୂଜନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମହୋଦଧି ଏଜୁକେଶନାଲ ଏକାଡେମୀର ଅଧ୍ୟକ୍ଷ ଶୁଭ୍ରଜିତ ମହାପାତ୍ର, ମୁଖ୍ୟବକ୍ତା ଭାବେ ଶିକ୍ଷାବିତ୍ ଦିଲ୍ଲୀପ କୁମାର ଦାସ, ସମ୍ମାନିତ ଅତିଥି ଭାବେ ଅରୁଣା ମହାପାତ୍ର,ରମେଶ ଚନ୍ଦ୍ର ବେହେରା,ସାମ୍ବାଦିକ ବିଚିତ୍ର ଓଝା, ପ୍ରମୋଦ ଗୋଚ୍ଛାୟତ ପ୍ରମୁଖ ଯୋଗଦେଇ ଗୁରୁଦିବସ ପାଳନର ତାତ୍ପର୍ଯ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ। ଏହି କାର୍ଯ୍ୟକ୍ରମକୁ ଅନୁଷ୍ଠାନର ଆକାଶ ସ୍ୱାଇଁ, କିଷାନ ସ୍ୱାଇଁ,ରଶ୍ମିତା ସ୍ୱାଇଁ ପ୍ରମୁଖ ପରିଚାଳନା କରିଥିଲେ। ସେହିପରି ପିଏମଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ , ଶୋଭନୀୟ ଶିକ୍ଷାଶ୍ରମ, ଶିଶୁ ମନ୍ଦିର, ବିବେକାନନ୍ଦ ଶିକ୍ଷାଶ୍ରମ, ଆର୍ତ୍ତତ୍ରାଣ ବିଦ୍ୟାପୀଠ ସହିତଧନିତ୍ରୀ ସ୍ଥିତ କାଦୁଆନୂଆଗାଁ ଗ୍ରାମପଞ୍ଚାୟତର ସରକାରୀ ଉନ୍ନିତ ଉଚ୍ଚ ବିଦ୍ୟାଳୟ ଠାରେ ଗୁରୁଦିବସ ସମାରୋହ ପ୍ରଧାନ ଶିକ୍ଷକ ଉମାଶଙ୍କର ଶତପଥୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା ଏହି ପରିପ୍ରେକ୍ଷୀରେ ଡକ୍ଟର ସର୍ବପଲ୍ଲୀ ରାଧାକୃଷ୍ଣନଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରାଯିବା ସହିତ ବରିଷ୍ଠ ଅବସରପ୍ରାପ୍ତ ଶିକ୍ଷକ ଗୌରାଙ୍ଗ ଚରଣ ସ୍ବାଇଁଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସେହିପରି କୋଣାର୍କର ବିଭିନ୍ନ ବିଦ୍ୟାଳୟରେ ଗୁରୁପୂଜନ ଓ ଗୁରୁଦିବସ ପାଳିତ ହୋଇଯାଇଛି।

