ବାରିପଦା, ୧୦/୦୮(ପାଇକପୁଅ)ବହୁତ ହେଲାଣି ଶୋଷଣ ଅତ୍ୟାଚାର, ଗଢିତୋଳ ଏବେ ପ୍ରତିବାଦର ଜୁଆର ନାରା ଦେଇ ଆଜି ସର୍ବ ଭାରତୀୟ ପ୍ରତିଦାନ ଆନ୍ଦୋଳନର ଅଂଶ ହିସାବରେ ମୟୂରଭଞ୍ଜ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ବାରିପଦା ଠାରେ କେନ୍ଦ୍ରୀୟ ଟ୍ରେଡ ୟୁନିୟନ, ସାଧୀନ କର୍ମଚାରୀ ଫେଡେରେସନ ଏବଂ ସଂଯୁକ୍ତ କୃଷକ ମୋର୍ଚ୍ଚା ଆହ୍ବାନ କ୍ରମେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନବିରୋଧୀ ନୀତି ବିରୁଦ୍ଧରେ ପ୍ରତିବାଦ ଆନ୍ଦୋଳନ ଅନୁଷ୍ଠିତ ହୋଇଯାଇଛି।
ସି.ଆଇ.ଟି.ୟୁ.ର ଜିଲ୍ଲା ସଂଯୋଜକ ଆଇନଜୀବି, କମ୍ୟୁନିଷ୍ଟ ପାର୍ଟିର ବର୍ଷିୟାନ ନେତା ସାଥୀ ରବି ଗୋସ୍ବାମୀଙ୍କ ସଭାପତିତ୍ୱରେ ପରିଚାଳିତ ପ୍ରତିବାଦ କାର୍ଯ୍ୟକ୍ରମରେ କ୍ଷେତମଜଦୁର ୟୁନିୟନ ରାଜ୍ୟ କମିଟିର ମୃତ୍ୟୁଞ୍ଜୟ ବେହେରା, ଏ.ଆଇ.ଟି.ୟୁ.ସି.ର କାହ୍ନୁଚରଣ ବେହେରା, ଆଇ.ଏନ.ଟି.ୟୁ.ସି. ର ଆଇନଜୀବି ଶାନ୍ତନୁ ପାଲ, ମୟୂରଭଞ୍ଜ ପରିବହନ କର୍ମଚାରୀ ସଂଘର ସଭାପତି ରଘୁନାଥ ପଣ୍ଡା, ପାଚିକା ସଂଗଠନ ଜିଲ୍ଲା ସମ୍ପାଦିକା କ୍ଷୀରମଣି ମହାନ୍ତ, ସି.ଆଇ.ଟି.ୟୁ. ର ମୟୁରଭଞ୍ଜ ଆବାହକ ଅମଲ ଦେ, ପାଚିକା ସଂଗଠନ ଜିଲ୍ଲା କମିଟିର ଜୟନ୍ତ ଦାସ, କ୍ଷେତମଜଦୁର ୟୁନିୟନର ଜିଲ୍ଲା ସଭାପତି ହରିଶ୍ଚନ୍ଦ୍ର ସିଂ, କୃଷକ ସଭାର ଜିଲ୍ଲା ସଦସ୍ୟ ରାମେଶ୍ଵର ଭାଟ ପ୍ରମୁଖ ଉଦବୋଧନ ଦେଇ କେନ୍ଦ୍ର ଓ ରାଜ୍ୟ ଡବଲ ଇଂଜିନ ସରକାର ନିଜର ନିର୍ବାଚନୀ ପ୍ରତିଶ୍ରୁତି ପାଳନ କ୍ଷେତ୍ରରେ ବିଫଳ ହେବା ସହିତ ଜନଗଣଙ୍କର ସାର୍ଥ ବିରୁଦ୍ଧରେ ଜନ ବିରୋଧୀ ନୀତି ଗୁଡିକ କାର୍ଯ୍ୟକାରୀ କରି ହିନ୍ଦୁ ରାଷ୍ଟ୍ରର ଏଜେଣ୍ଡାକୁ କାର୍ଯ୍ୟକାରୀ କରୁଛି ବୋଲି କହିଥିଲେ।କେନ୍ଦ୍ର ସରକାର ସାମ୍ରାଜ୍ୟବାଦୀ ଆମେରିକା ପାଖରେ ନତମସ୍ତକ ହୋଇ ଥିବାରୁ ଦେଶର ଅର୍ଥନୀତି ଆଜି ଦେବାଳିଆ, ଏକ ଡଲାରର ମୂଲ୍ୟ ୯୬ ଟଙ୍କାରେ ପହଞ୍ଚୁଲାଣି. ବିଶ୍ଵବ୍ୟାଙ୍କର ଋଣୀ ଦେଶ ତାଲିକାରେ ଆମ ଦେଶ ପ୍ରଥମ।ଦରଦାମ ବୃଦ୍ଧି ଫଳରେ ସାଧାରଣ ଲୋକଙ୍କର କ୍ରୟ କ୍ଷମତା କମିଯାଉଛି. ରୋଜଗାର ମିଳୁନି, ଭେଣ୍ଡିଆ ଯୁବକ ଯୁବୀ ଆଜି ଦାଦନ ଶ୍ରମିକ, କୃଷି କ୍ଷେତ୍ରରେ ଏମ.ଏସ.ପି. ଲାଗୁ ହୋଇ ପାରୁନି, ଋଣ ସୁଝି ନପାରି ଆତ୍ମହତ୍ୟା କରୁଛି, ଆମେରିକା ସହିତ କୃଷି ସଂକ୍ରାନ୍ତୀୟ ମୁକ୍ତ ବାଣିଜ୍ୟ ଚୁକ୍ତି ନାମା ଚାଷୀର ଦୁର୍ଦ୍ଦଶାକୁ ଦ୍ବିଗୁଣିତ କରିଛି। ମନରେଗାକୁ କେନ୍ଦ୍ର ସରକାର ବନ୍ଦ କରିଦେବା ଫଳରେ ଏଥିରେ ପଂଜିକୃତ ହୋଇଥିବା ଗରିବ ଲୋକ ବିଶେଷ କରି ଆଦିବାସୀ ଦଳିତ ମହିଳମାନେ ରୋଜଗାରରୁ ବଂଚିତ ହୋଇଛନ୍ତି। ଦେଶ ସାଧୀନତା ପରେ ଆମ ଦେଶର ବେକାରୀ ହାର ସବୋର୍ଚ୍ଚ ସ୍ଥାନରେ ପହଂଚିଛି. ଶିକ୍ଷାର ଗେରୁଆ କରଣ ଓ ଘରୋଇ କରଣ ଫଳରେ ଗରିବ, ନିମ୍ନ, ମଧ୍ୟବିତ୍ତ ଘର ପିଲାମାନେ ପାଠ ପଢାରୁ ବଂଚିତ. ଆମ ଦେଶର ପ୍ରାକୃତିକ ସମ୍ପଦ ଜଙ୍ଗଲ ଜମି ଦଳ ଠାରୁ ଆରମ୍ଭ କରି ଖଣି ଖାଦାନ, କଳକାରଖାନା, ବିଭିନ୍ନ ଗବେଷଣା ମୂଳକ ଅନୁଷ୍ଠାନକୁ ପୁଞ୍ଜିପତି କମ୍ପାନୀ ହାତରେ ଟେକି ଦିଆଯାଉଛି। ଆଦିବାସୀ ଓ ଦଳିତଙ୍କ ଅଧିକାର ଉପରେ ଆକ୍ରମଣ ହେବା ସହିତ ଭିଟା ମାଟିରୁ ଉଚ୍ଛେଦ କରାଯାଉଛି।ଏହା ବିରୋଧରେ ଏକ ବ୍ୟାପକ ଗଣ ଆନ୍ଦୋଳନ ଜରିଆରେ କେନ୍ଦ୍ର ରାଜ୍ୟ ବିଜେପି ସରକାରକୁ ଉଚିତ ଜବାବ ଦେବା ପାଇଁ ଏବଂ ଦିଲ୍ଲୀ ଛାତ୍ର ଆନ୍ଦୋଳନରୁ ଶିକ୍ଷା ନେଇ ଆଗାମୀ ଦିଗରେ ସମସ୍ତ ଶ୍ରମଜିବୀ ମଣିଷଙ୍କର ବ୍ୟାପକ ଏକତା ଗଢିତୋଳିବା ପାଇଁ ବକ୍ତାମାନେ ଆହ୍ବାନ ଦେଇଥିଲେ।ପରିବହନ କମର୍ଚାରୀ ସମିତିର ମନୋରଞ୍ଜନ ପରିଡା, ଅଶୋକ ଭଞ୍ଜଦେଓ, ଗଙ୍ଗାଧର ସାମଲ, ସୁଭାସ ତ୍ରିପାଠୀ, ସୁଶିଳା ପାତ୍ର, ରଞ୍ଜିତା ରାଉତ, ଆହ୍ଲାଦି ହେମ୍ବ୍ରମ, ସନ୍ଧ୍ୟା ବେହେରା, କୁଞ୍ଜଲତା ମହାନ୍ତ, ଜୟମୁନି ମହାନ୍ତ, ଲକ୍ଷ୍ମୀନାରାୟଣ ପରିଡା, କାଳୁ ଦେହୁରୀ, ଦାକ୍ଷୀନ ସରେନ, ଜ୍ୟୋତ୍ସ୍ନା ବେହେରା, ମେରିଆ ହାଁସଦା, ରେବତୀ କବି, ରେବତୀ ନାୟକ, ରଥୁଆ ସିଂ, ସାବାନା ଏନଥୋନୀ, ଗାୟତ୍ରୀ ମହାପାତ୍ର, ମହେଶ୍ଵର ବେହେରା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

