ବାରିପଦା, ୦୮/୦୮(ପାଇକପୁଅ)ଆଜି ଅପରାହ୍ନରେ ବାରିପଦା ସର୍କିଟ ହାଉସରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଓଡ଼ିଶା ପ୍ରଦେଶ କଂଗ୍ରେସର ଓଭରସିଜ କଂଗ୍ରେସ ଏନଆରଆଇ ସେଲ ପକ୍ଷରୁ ଅଣ-ନିବାସୀ ଓଡ଼ିଆ (ଏନଆରଓ) ଙ୍କ ସମ୍ପର୍କିତ ବିସ୍ତୃତ ସୂଚନା ପ୍ରଦାନ କରାଯାଇଛି।
ଓଭରସିଜ କଂଗ୍ରେସର ଉତ୍ତର ଓଡିଶା ଆବାହକ ଆଇନଜୀବୀ ଜ୍ୟୋତିପ୍ରକାଶ ରଥଙ୍କ ସଭାପତିତ୍ବରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଓଭରସିଜ କଂଗ୍ରେସର ମୁଖ୍ୟ ଶରତ ଚନ୍ଦ୍ର ପ୍ରଧାନ, ରାଜ୍ୟ ଆବାହକ ଗୋପାଲ ଖଣ୍ଡେଲଓ୍ବାଲ, ମୟୂରଭଞ୍ଜ ଜିଲ୍ଲା କଂଗ୍ରେସ ସଭାପତି ପୂର୍ଣ୍ଣଚନ୍ଦ୍ର ବିଶ୍ବାଳ, ଆଇନଜୀବୀ ବିଭୁପ୍ରସାଦ ଦାସ ଓ ନାରାୟଣ ଚନ୍ଦ୍ର ପଟ୍ଟନାୟକ ପ୍ରମୁଖ ଯୋଗଦେଇ
୩୧ ଡିସେମ୍ବର ୨୦୨୫ ସୁଦ୍ଧା ବିଶ୍ୱରେ ମୋଟ ୩୫.୪ ନିୟୁତ ପ୍ରବାସୀ ଭାରତୀୟ ରହିଛନ୍ତି।ଏଥିରୁ ଆମେରିକାରେ ପ୍ରାୟ ୧୨ ହଜାର, ୟୁଏଇରେ ୫ ହଜାର ଏବଂ କାନାଡ଼ାରେ ୩ ହଜାର ୪୫୬ ଜଣ ତଥା ଅନ୍ୟାନ୍ୟ ଦେଶରେ ଅଣ-ନିବାସୀ ଓଡ଼ିଆ ବାସ କରୁଛନ୍ତି।ଓଡ଼ିଶା ପ୍ରଦେଶ କମିଟି ଅଧ୍ୟକ୍ଷ ଭକ୍ତ ଚରଣ ଦାସଙ୍କ ଉଦ୍ୟମରେ ପ୍ରଥମ ଥର ପାଇଁ ଏନଆରଆଇ, ପିଆଇଓ, ଏନଆରଓ କମିଟି ଗଠନ କରାଯାଇଛି।ଏହି କମିଟି ବିଦେଶରେ ଥିବା ଓଡ଼ିଆଙ୍କ ନିରାପତ୍ତା, ଭିସା, ଶିକ୍ଷା, ସ୍ୱାସ୍ଥ୍ୟ ସେବା ଏବଂ ବିନିଯୋଗ ସ୍ୱାର୍ଥ ପ୍ରତି ଧ୍ୟାନଦେବ।କମିଟି ତିନି ମାସରେ ଥରେ ବୈଠକ କରିବ ଏବଂ ସମସ୍ତ ଏନଆରଓଙ୍କ ଡାଟାବେସ ପ୍ରସ୍ତୁତ କରିବ ବୋଲି ସୂଚନା ପ୍ରଦାନ କରିଛନ୍ତି।

