ବାରିପଦା, ୦୭/୦୮(ପାଇକପୁଅ)ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ୱୟ ସମିତିର ଜିଲ୍ଲା ଆବାହକ କିଶୋର କୁମାର ଆଚାର୍ଯ୍ୟଙ୍କ ଆବାହକତ୍ଵରେ ମୟୁରଭଞ୍ଜ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟଳୟ ସମ୍ମୁଖରେ ଧାରଣା ଓ ପ୍ରତିବାଦ ସଭା ଅନୁଷ୍ଠିତ ହୋଇ ଯାଇଛି।ଜିଲ୍ଲା ଓଷ୍ଟା ସଭାପତି ଚିତ୍ତରଞ୍ଜନ ପଳତାଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସଭାରେ ରାଜ୍ଯ ଉପସଭାପତି ଜ୍ଞାନରଞ୍ଜନ ପାଣିଗ୍ରାହୀ, ରାଜ୍ଯ ସଂମ୍ପାଦକ ଗୋପି ବଲ୍ଲଭ ଭୁୟାଁ, ମୟୂରଭଞ୍ଜ-୨ ର ସଭାପତି ଦୁର୍ଯ୍ୟୋଧନ ବେହେରା, ସଂମ୍ପାଦକ ଭାଗ୍ୟବାନ ମହନ୍ତ, ଓଲଷ୍ଟାର ରାଜ୍ଯ ସହ ସମ୍ପାଦକ ଅଞ୍ଜନ ଜେନା, ସଂସ୍କୃତ ଟୋଲର ଜିଲ୍ଲା ସଭାପତି ଜଗଦିଶ ମହନ୍ତ, ପୂର୍ବତନ ଓଷ୍ଟା ଜିଲ୍ଲା ସଭାପତି ସନ୍ତୋଷ କୁମାର କାସ୍ତ, ଜିଲ୍ଲା ଓଷ୍ଟାର ପୂର୍ବତନ ନେତୃତ୍ଵ ବିଜୟ କୁମାର ପାଣିଗ୍ରାହୀ, କାର୍ଯ୍ୟକାରୀ ସଭାପତି ଦୟାନିଧି ମହନ୍ତ, ପ୍ରଭାସ ନାୟକ ପ୍ରମୁଖ ବକ୍ତବ୍ୟ ପ୍ରଦାନ କରିଥିଲେ।ଏହି ଅବସରରେ ମୁଖ୍ୟମନ୍ତ୍ରୀ, ଉଚ୍ଚ ଶିକ୍ଷା ଓ ଗଣଶିକ୍ଷା ମନ୍ତ୍ରୀ, ଆଇନ ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳ ଓ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି।ଦାବି ଗୁଡିକ ମଧ୍ୟରେ ଅନୁଦାନ ଯୋଗ୍ୟ(୧୯୪) ବିଦ୍ୟାଳୟ ଗୁଡିକୁ ତୁରନ୍ତ ଅନୁଦାନ ପ୍ରଦାନ, ନୂତନ ଅନୁଦାନ ପ୍ରାପ୍ତ ସ୍କୁଲ ଓ କଲେଜରେ କାର୍ଯ୍ୟରତ ଓ ଅବସରପ୍ରାପ୍ତ ଶିକ୍ଷକ ଓ କର୍ମଚାରୀ ମାନଙ୍କୁ ପେନସନ ପ୍ରଦାନ, ୨୦୦୪ ରୁ ୨୦୧୩ ମଧ୍ୟରେ ସରକାରୀ ହାଇସ୍କୁଲରେ ନିଯୁକ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ୬ଟି ନୋସନାଲ ଇନ୍କ୍ରିମେଣ୍ଟ ସହିତ ଚୁକ୍ତି ଭିତ୍ତିକ ସମୟକୁ ସରକାରୀ ଚାକିରିରେ ଯୋଗକରିବା, ଅବସର ବୟସ ୬୦ ରୁ ୬୨ କୁ ବୃଦ୍ଧି, ଗ୍ରେଡପେ ରେ ଅସଙ୍ଗତି ଦୁର କରିବା ପ୍ରମୁଖ ଦାବୀ ରହିଛି. ଯଦି ସରକାର ଦାବି ପୂରଣ କରିବାରେ ଟାଳ ଟୁଳ ନୀତି ଅବଲମ୍ବନ କରନ୍ତି ତେବେ ଆସନ୍ତା ୧୬ ତାରିଖ ଠାରୁ ଭୁବନେଶ୍ୱରରେ ଆନ୍ଦୋଳନ ଚାଲିବ ବୋଲି ଜିଲ୍ଲା ସଂମ୍ପାଦକ ପ୍ରକାଶ କରିଛନ୍ତି।ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା କାର୍ଯ୍ୟକାରୀ ସଭାପତି ପ୍ରକାଶ ଚନ୍ଦ୍ର ନାୟକ, ଯୁଗ୍ମ ସମ୍ପାଦକ ଡକ୍ଟର ରାଧାକାନ୍ତ ମହାରଣା, ଉପସଭାପତି ରଞ୍ଜିତା ଦାସ, ସତ୍ୟନାରାୟଣ ଭୋଳ, ଜିଲ୍ଲା ସହ ସମ୍ପାଦକ ପ୍ରଭାସ ନାୟକ, ସ୍ମୃତି ରଞ୍ଜନ ପାଣି, ଜିଲ୍ଲା କାର୍ଯ୍ୟ କାରିଣୀ ସଭ୍ୟ ସୁଶାନ୍ତ ଗିରି, ସମିର ମାଇତିଙ୍କ ସମେତ ସମସ୍ତ ବ୍ଲକ ସଭାପତି, ସମ୍ପାଦକ ଓ କାର୍ଯ୍ୟକାରୀଣି ସଭ୍ୟ ଯୋଗଦାନ କରିଥିଲେ। ସର୍ବଶେଷରେ ଜିଲ୍ଲା ଉପସଭାପତି ସତ୍ୟରଞ୍ଜନ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

