ଭୁବନେଶ୍ୱର,୦୬.୦୮(ପାଇକପୁଅ)ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ଭକ୍ତ ଚରଣ ଦାସ ରିଲିଫ୍ ସାମଗ୍ରୀ ବଣ୍ଟନ ପାଇଁ ଏକ ରିଲିଫ୍ ପରିଚାଳନା କମିଟି ଏବଂ ବନ୍ୟା ଓ ଏହାର ପରବର୍ତ୍ତୀ ପରିସ୍ଥିତି ସଂପର୍କରେ ସବିଶେଷ ତଥ୍ୟ ପିସିସିକୁ ଦେବା ପାଇଁ ଏକ ବନ୍ୟା କଣ୍ଟ୍ରୋଲ ରୁମ୍ କମିଟି ଗଠନ କରିଛନ୍ତି । ଉଭୟ କମିଟିରେ ପୂର୍ବତନ ବିଧାୟକ ତଥା ପିସିସି ଉପସଭାପତି ଶ୍ରୀ ଦେବାଶିଷ ପଟ୍ଟନାୟକ ଅଧ୍ୟକ୍ଷ ରହିଛନ୍ତି ।
କଣ୍ଟ୍ରୋଲ ରୁମ୍ କମିଟିରେ ମନୋରଞ୍ଜନ ଦାସଙ୍କୁ ଆବାହକ ଭାବେ ସ୍ଥାନିତ କରାଯାଇଥିବାବେଳେ ସଭ୍ୟ ଭାବରେ ପ୍ରକାଶ ମିଶ୍ର, ଚିନ୍ମୟ ସୁନ୍ଦର ଦାସ, ତରୁଣ ମିଶ୍ର, ରାଜ କିଶୋର ବାରିକ, ହିମାଂସୁ ଲେଙ୍କା, ମିହିର ଆଚାର୍ଯ୍ୟ, ପ୍ରଭାତ ପ୍ରତାପ ସିଂ, ତାପସ ସେଠୀ ଓ ଜୟସ୍ମିତା ମହାନ୍ତିଙ୍କୁ ସଦସ୍ୟ ଭାବରେ ରଖାଯାଇଛି । ସେହିଭଳି ଭାବେ ରିଲିଫ୍ ପରିଚାଳନା କମିଟିର ଉପାଧ୍ୟକ୍ଷ ଭାବେ ମନୋରଞ୍ଜନ ଦାସ ଏବଂ ସଦସ୍ୟ ଭାବେ ବାଙ୍କନିଧି ବେହେରା, ତରୁଣ ମିଶ୍ର, ପ୍ରକାଶ ମିଶ୍ର, ଅମିତା ବିଶ୍ୱାଳ, ମଧୁସ୍ମିତା ପଣ୍ଡା, ଶ୍ରୀୟାସ୍ମିତା ପଣ୍ଡା, ଜୟଶ୍ରୀ ପାତ୍ର, ବିଶ୍ୱକଲ୍ୟାଣୀ କର ଓ ସତ୍ୟଜିତ ପଟ୍ଟନାୟକଙ୍କୁ ରଖାଯାଇଛି ।

