ବାରିପଦା, ୦୫/୦୮(ପାଇକପୁଅ) ମୟୂରଭଞ୍ଜ ଜିଲ୍ଲା ବାରିପଦାର ଦତ୍ତ ଆବାସିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଓଡ଼ିଶାର ସବୁଜ ଯୁଗରେ ସାହିତ୍ୟ କୃତି ସମ୍ବନ୍ଧରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି।ଏହି ଆସରରେ ପ୍ରମୁଖ ବକ୍ତା ହିସାବରେ ନୟାଗଡ ଜିଲ୍ଲାର ରାଜସୁନାଖଳା ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ନୃସିଂହ ପ୍ରସାଦ ବସ୍ତିଆ, ଶ୍ରୀରାମଚନ୍ଦ୍ର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଅନନ୍ତ ନାରାୟଣ ମିଶ୍ର, ମାଣତ୍ରୀ ଉଚ୍ଚ ବିଦ୍ୟାଳୟର ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ପଦ୍ମଲୋଚନ ବିଶ୍ବାଳ, ବି.ବି. ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଓଡ଼ିଆ ବିଭାଗର ଅଧ୍ୟାପିକା ଜୟଶ୍ରୀ ଦାଶ, ଭୁବନେଶ୍ଵରର ପ୍ରଖ୍ୟାତ ସଂଗୀତ ଗୁରୁ ମନୋଜ ରଥ ତଥା ଅନୁଷ୍ଠାନର ନିର୍ଦ୍ଦେଶକ ସବ୍ୟସାଚୀ ଦତ୍ତ ଅଂଶଗ୍ରହଣ କରିଥିଲେ।ଅନୁଷ୍ଠାନର ଅଧ୍ୟକ୍ଷ ଡ଼କ୍ଟର ଭାଗିରଥ ସାହୁଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ସଭାରେ ସଂଯୋଜକ ରତ୍ନାକର ନାଏକ ସଭା ପରିଚାଳନା କଲାବେଳେ, ସମ୍ପାଦିକା ସିମାଶ୍ରୀ ଦତ୍ତ ସ୍ୱାଗତ ଭାଷଣ ରଖିଥିଲେ।ସାହିତ୍ୟ ଆଲୋଚନାର ପ୍ରାରମ୍ଭରେ ସବୁଜ କବି ଶ୍ରୀ କାଳିନ୍ଦୀ ଚରଣ ପାଣିଗ୍ରାହୀଙ୍କ ରଚିତ ଜଣାଣ କେଉଁ ନାମ ଧରି ଡାକିବି ତୁମକୁ ଅନୁଷ୍ଠାନର ଛାତ୍ରଛାତ୍ରୀ ମାନେ ପରିବେଷଣ କରିଥିବା ବେଳେ, ସଂଗୀତ ଗୁରୁ ମନୋଜ ରଥ ଓ ଯୁବ ଅଧାପକ ବିଭାବସୁ ଦତ୍ତ, ସବୁଜ କବି ଅନ୍ନଦା ଶଙ୍କର ରାୟ ଓ ବୈକୁଣ୍ଠନାଥ ପଟ୍ଟନାୟକଙ୍କ ବିଭିନ୍ନ କବିତାର ଫକ୍ତିକୁ ଆବୃତି କରିଥିଲେ।ଏକ ବିଜ୍ଞାନ ଭିତ୍ତିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସାହିତ୍ୟ ଆଲୋଚନାଚକ୍ର ଆୟୋଜନ ବାବଦରେ ପ୍ରତିକ୍ରିୟା ରଖି ବିଦ୍ୟାଳୟର ନିର୍ଦ୍ଦେଶକ ବର୍ତ୍ତମାନ ବିଭିନ୍ନ ଇଂରାଜୀ ମାଧ୍ୟମ ବିଦ୍ୟାଳୟ, ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଓ ନବୋଦୟ ଇତ୍ୟାଦି ବିଦ୍ୟାଳୟ ମାନଙ୍କର ଓଡ଼ିଆ ଭାଷା ବିରୋଧି ମନୋଭାବର ପ୍ରାଦୁର୍ଭାବରେ ଅନେକ ବିଜ୍ଞାନ ପଢ଼ୁଥିବା ଛାତ୍ରଛାତ୍ରୀ ଓଡ଼ିଆର ୪୯ଟି ଅକ୍ଷର ମଧ୍ୟ ଲେଖି ପାରନ୍ତିନାହିଁ।ସେମାନେ ଧର୍ମପଦ, ବାଜିରାଉତ, ଓଡ଼ିଆ ଭାଷା ସାହିତ୍ୟର ଆଞ୍ଚଳିକ ଓଡ଼ିଆ ବରପୁତ୍ରଙ୍କୁ ମଧ୍ୟ ଚିହ୍ନନ୍ତି ନାହିଁ, ତେଣୁ ଓଡ଼ିଆ ସାହିତ୍ୟର ଏ ଘୋର ଦୁର୍ଦ୍ଦିନକୁ ପୁଣିଥରେ ୧୦୦ ବର୍ଷ ପୁରିବାକୁ ଯାଉଛି।ଏହି ଅବସରରେ ସବୁଜ ଯୁଗରୁ ଆଲୋଚନାର ଆରମ୍ଭ କରାଯାଇ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀଙ୍କୁ ଓଡ଼ିଆ ସାହିତ୍ୟ ବିଷୟରେ ଅବଗତ କରାଯାଉଛି ବୋଲି ଦତ୍ତ ଆବାସିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ନିର୍ଦ୍ଦେଶକ ସବ୍ୟସାଚୀ ଦତ୍ତ କହିଛନ୍ତି।

