ଭୁବନେଶ୍ୱର,୧୪/୦୭ (ଇଂ ଜିତେନ କୁମାର ରାଉତରାୟ) ଭୁବନେଶ୍ୱର ମହାନଗର ନିଗମର ପୂର୍ବତନ କାଉନସିଲର ଓ କର୍ପୋରେଟର ୱେଲଫେୟାର ଟ୍ରଷ୍ଟ ଶୁଭ ଉଦଘାଟନ ସମାରୋହ ଗୀତଗୋବିନ୍ଦ ସଦନରେ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଆକର୍ଷଣର କେନ୍ଦ୍ରବିନ୍ଦୁ ଥିଲେ ମୁଖ୍ୟ ଅତିଥି ସାଂସଦ ଅପରାଜିତା ଷଡଙ୍ଗୀ। ମୁଖ୍ୟ ବକ୍ତା ରୁପେ ମେୟର ସୁଲୋଚନା ଦାସ, ସମ୍ମାନୀତ ଅତିଥି ରୁପେ ସର୍ବଶ୍ରୀ ବିଧାୟକ ଶ୍ରୀ ବାବୁ ସିଂହ , ବିଧାୟକ ଶ୍ରୀ ଅନନ୍ତ ନାରାୟଣ ଜେନା,ବିଧାୟକ ଶ୍ରୀ ସୁଶାନ୍ତ ରାଉତ, ବିଜେପି ରାଜ୍ୟ କାର୍ଯ୍ୟ କାରିଣୀ ସଭ୍ୟ ତଥା ପୂର୍ବତନ କର୍ପୋରେଟର ଶ୍ରୀ। ଜଗନ୍ନାଥ ପ୍ରଧାନ , ରାଜ୍ୟ ବିଜେପି ପ୍ରାକ୍ତନ ସଭାପତି ଶ୍ରୀ ସମୀର ମହାନ୍ତି , ଡେପୁଟି ମେୟର ମଞ୍ଜୁଲତା କହଁର , ବିଏମସି ସ୍ୱାସ୍ଥ୍ୟ ,ପରିମଳ ସ୍ଥାୟୀ କମିଟି ଅଧ୍ୟକ୍ଷ ତଥା ଏକାମ୍ର ଆର୍ମି ସଭାପତି ଶ୍ରୀ ବିରଞ୍ଚି ନାରାୟଣ ମହାସୂପକାର , ସତ୍ୟମ୍ ଶିବମ୍ ସୁନ୍ଦରମ୍ ପତ୍ରିକା ପ୍ରକାଶନ ମୁଖ୍ୟ ସମ୍ପାଦକ ଶ୍ରୀ ଜିତେନ କୁମାର ରାଉତରାୟ ପ୍ରମୁଖ ଯୋଗ ଦେଇଥିଲେ। ସମ୍ପାଦକ ଶ୍ରୀ ରାଜେନ୍ଦ୍ର ସମର୍ଥା ସମ୍ପାଦକୀୟ ବିବରଣୀ ପାଠ କରିଥିଲେ। ସଭାପତିତ୍ୱ କରିଥିଲେ ରାମନାଥ ସାମନ୍ତରାୟ।ସଭା ପରିଚାଳନା କରିଥିଲେ ମୁଖ୍ୟ ଉପଦେଷ୍ଟାଶ୍ରୀ ରାଜେନ୍ଦ୍ର ଆଚାର୍ଯ୍ୟ। ଏହି ସମାରୋହରେ ବହୁ ସାମାଜିକ କର୍ମୀ, ମିଡିଆ ବନ୍ଧୁ ,ବୁଦ୍ଧିଜୀବୀ, ପୁର୍ବତନ କର୍ପୋରେଟର,କାଉନସିଲର ଯୋଗ ଦେଇ ସଫଳ କରିଥିଲେ। ଏହି ସମାରୋହରେ ଟ୍ରଷ୍ଟ ର ପାଞ୍ଚଦଫା ଦାବି ସରକାର ଙ୍କ ନିକଟରେ ଉପସ୍ଥାପନା କରାଯାଇଥିଲା । ସମସ୍ତ ପୂର୍ବତନ କାଉନସିଲର ଓ କର୍ପୋରେଟର ମାନଙ୍କୁ ସ୍ୱାସ୍ଥ୍ୟ ବୀମା ବ୍ୟବସ୍ଥା କରିବା ସହ ସ୍ୱତନ୍ତ୍ର ପରିଚୟପତ୍ର ପ୍ରଦାନ, ଟ୍ରଷ୍ଟ ର ସ୍ଥାୟୀ ଅଫିସ ଗୃହ ଯୋଗାଇଦେବା, ସ୍ୱତନ୍ତ୍ର ୱେଲ୍ଲଫେ଼ୟାର ଫଣ୍ଡ ଗଠନ କରିବା ଓ ସାମାଜିକ ସୁରକ୍ଷା ବ୍ୟବସ୍ଥା ରେ ପୂର୍ବତନ କାଉନସିଲର ଓ କର୍ପୋରେଟର ମାନଙ୍କୁ ମାସିକ ଆର୍ଥିକ ସହାୟତା ଯୋଗାଇ ଦେବା ନିମନ୍ତେ ଦୃଢ଼ ଦାବି ଉପସ୍ଥାପନା କରାଯାଇଥିଲା।

