ଯୋଡ଼ା, ୦୯/୦୭(ପାଇକପୁଅ) କେନ୍ଦୁଝର ଜିଲ୍ଲା ଯୋଡ଼ାରେ ଆସନ୍ତା ୨୭ ତାରିଖକୁ ଶ୍ରୀଗୁଣ୍ଡିଚା ରଥଯାତ୍ରାକୁ ଶାନ୍ତି ଶୃଙ୍ଖଳାର ସହ ପାଳନ କରିବା ଲକ୍ଷ୍ୟରେ ଶୁକ୍ରବାର ଯୋଡ଼ା ନଗ ଭାବନରେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଯୋଡ଼ା, ବିଲେଇ ପଦା ଓ ପୂରୁଷୋତ୍ତମ ପୁର ରଥଯାତ୍ରା କମିଟିର ସଭାପତି ଓ ସମ୍ପାଦକ ମାନଙ୍କ ସମେତ ଶ୍ରଦ୍ଧାଳୁ ମାନେ ଏହି ବୈଠକରେ ଯୋଗ ଦେଇଥିଲେ। ବୈଠକରେ ଯୋଡ଼ା ଜଗନ୍ନାଥ ମନ୍ଦିରର ମୁଖ୍ୟ ଡାକ୍ତର ଏ.କେ ଦାସ, ଯୋଡ଼ା ପୌରପାଳିକାର ଅଧ୍ୟକ୍ଷ ଡାକ୍ତର ଜଗଦୀଶ ପ୍ରସାଦ ସାହୁ ଏବଂ ଯୋଡ଼ା ଥାନା ଆଇଆଇସି ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ସାମଲ ମଞ୍ଚାସୀନ ହୋଇଥିଲେ। ଏହା ସହିତ ବିଭିନ୍ନ ବିଭାଗର ଅଧିକାରୀ ମାନେ ଉପସ୍ଥିତ ରହି ନିଜ ନିଜ ବିଭାଗର ପ୍ରସ୍ତୁତି ସମ୍ପର୍କରେ ସୂଚନା ଦେଇଥିଲେ। ଡାକ୍ତର ଏ.କେ ଦାସ ରଥଯାତ୍ରା କାର୍ଯ୍ୟକ୍ରମ ବିଷୟରେ ସୂଚନା ଦେଇଥିଲାବେଳେ, ସୁରକ୍ଷା ଦୁଷ୍ଟିରୁ ଆଇଆଇସି ଶ୍ରୀ ସାମଲ କହିଥିଲେ ଯେ ତିନି ସ୍ଥାନର ରଥଯାତ୍ରା ପାଇଁ ପର୍ଯ୍ୟାପ୍ତ ପୁଲିସ୍ ଫୋର୍ସ ନିଯୁକ୍ତ କରାଯିବ। ରଥ ଟଣା ସମୟରେ ଟ୍ରାଫିକ୍ ନିୟନ୍ତ୍ରଣ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ। ଏବଂ ସେ ନିଜେ ୩ ଜାଗାର ତଦାରଖ କରିବେ। ବୈଠକରେ ଉପସ୍ଥିତ ଶ୍ରଦ୍ଧାଳୁ ମାନେ ରଥଯାତ୍ରା ପୂର୍ବରୁ ସମସ୍ତ ଆମିଷ ଦୋକାନ ଓ ମଦ ଦୋକାନ ମାନ ବନ୍ଦ କରିବାକୁ ପୌରାଧ୍ୟକ୍ଷ ଡାକ୍ତର ସାହୁଙ୍କୁ ଆପତ୍ତି କରିଥିଲେ। ସେ ମଧ୍ୟ ଏହା ଉପରେ ପଦକ୍ଷପ ନେବେ ବୋଲି କହିଛନ୍ତି। ସେମିତି ଶରତ ନାୟକଙ୍କ ଅପତ୍ତିଥିଲା ଯେ ମହାପ୍ରଭୁଙ୍କ ପହଣ୍ଡି କାର୍ଯ୍ୟକ୍ରମ ଶୀଘ୍ର ଆରମ୍ଭ କରାଯିବା ଦରକାର। ତାହାଲେ ରଥ ଶୀଘ୍ର ମାଉସୀ ମା ମନ୍ଦିରରେ ପହଞ୍ଚି ପାରିବ। ଏହି ପ୍ରସ୍ଥବାକୁ ମଧ୍ୟ ସମସ୍ତେ ସ୍ୱାଗତ କରିଥିଲେ।
ବୈଠକରେ ତିନି କମିଟିର ସଭାପତି ମାନେ କହିଥିଲେ ଯେ ପ୍ରଶାସନର ସହଯୋଗରେ ଏ ବର୍ଷ ମଧ୍ୟ ଯୋଡ଼ାର ସବୁ ରଥଯାତ୍ରା ଗୁଡିକ ଆହୁରି ଆଡମ୍ବରର ସହ ପାଳନ କରାଯିବ। ସାଧାରଣ ଜନତାଙ୍କୁ ସହଯୋଗ କରିବାକୁ ମଧ୍ୟ ଅନୁରୋଧ କରାଯାଇଥିଲା। ଶେଷରେ ମନ୍ଦିର ପୂଜକ ଧନ୍ୟବାଦ ଜଣାଇ ବୈଠକ ଶେଷ କରିଥିଲେ।

