ମାଲକାନଗିରି,୨୫/୦୬(ସୁଧାଂଶୁ ଶେଖର ମହାନ୍ତି) ମାଲକାନଗିରି ଜିଲ୍ଲା ଓରକେଲ ଥାନାର ନୂତନ ଥାନାଧିକାରୀ ଭାବେ ଦେଵଦତ୍ତ ମଲ୍ଲିକ ଯୋଗଦାନ କରିଛନ୍ତି। ତେବେ ପୂର୍ବ ଥାନାଧିକାରୀ ଧୀରେନ ପଟ୍ଟନାୟକ ଙ୍କ ରାୟଗଡା ଜିଲ୍ଲା କାଶୀପୁର କୁ ବଦଳି ହୋଇଥିବା ବେଳେ କାଶୀପୁର ଥାନାରୁ ଶ୍ରୀ ମଲ୍ଲିକ ଓରକେଲ ଥାନାଧିକାରୀ ଭାବେ ଏଠାକୁ ବଦଳି ହୋଇଛନ୍ତି। ଏହି ଅବସରରେ ଆଜି କୋରୁକୋଣ୍ଡା ବ୍ଲକ ଉତ୍କଳ ସାମ୍ବାଦିକ ସଙ୍ଘ ସଭାପତି ପ୍ରଦୀପ ମହାରଣା ଙ୍କ ନେତୃତ୍ୱରେ ସମସ୍ତ କର୍ମକର୍ତ୍ତା ନୂତନ ଥାନାଧିକାରୀ ଶ୍ରୀ ମଲ୍ଲିକ ଙ୍କୁ ଭେଟି ଉତ୍ତରୀୟ ପ୍ରଦାନ କରି ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଛନ୍ତି। ସହରରେ ହେଉଥିବା ବିଶୃଙ୍ଖଳା ପରିସ୍ଥିତି, ଚୋରି ଉପରେ ତୀକ୍ଷ୍ଣ ନଜର ରଖିବା ସହ ଦୈନିକ ଗାଡି ମୋଟର ଯାଞ୍ଚ ଏବଂ ମଦ୍ୟପ ଗାଡି ଚାଳକ ମାନଙ୍କ ବିରୁଦ୍ଧରେ ଦୃଢ଼ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଥାନାଧିକାରୀ ଶ୍ରୀ ମଲ୍ଲିକ କହିଥିଲେ। ଏଥିସହ ଗଞ୍ଜେଇ ଚୋରା ଚାଲାଣ କୁ ରୋକାଯିବା ସହ ନାଇଟ ପାଟ୍ରୋଲିଂକୁ ବଢ଼ାଯିବ ବୋଲି ସେ କହିଛନ୍ତି। ତେବେ ନୂତନ ଥାନାଧିକାରୀ ଙ୍କ ଯୋଗଦାନ ପରେ ଅଞ୍ଚଳରେ ଶାନ୍ତି ଶୃଙ୍ଖଳା ବଜାୟ ରହିବ ବୋଲି ଆଶା କରାଯାଉଛି।

