ଯୋଡ଼ା,୧୮/୦୫(ପାଇକପୁଅ) କେନ୍ଦୁଝର ଜ଼ିଲ୍ଲାର ଭାରତୀୟ ଜନତା ପାର୍ଟି (ବିଜେପି) ଏସ.ସି ମୋର୍ଚ୍ଚାର ସାଧାରଣ ସମ୍ପାଦକ ଭାବେ ଶ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କୁ ଚୟନ କରାଯାଇଛି । ଏହି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦେଇଥିବା ରାଜ୍ୟର ଲୋକପ୍ରିୟ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମହୋନ ଚରଣ ମାଝୀ,ବିଜେପି ରାଜ୍ୟ ସଭାପତି ଶ୍ରୀ ମନମହୋନ ସାମଲ, କେନ୍ଦୁଝର ଜ଼ିଲ୍ଲାର ଲୋକପ୍ରିୟ ସାଂସଦ ଏବଂ ବିଜେପି ଜ଼ିଲ୍ଲା ସଭାପତି ଶ୍ରୀ ଶୁକଦେବ ମହାନ୍ତଙ୍କୁ ହୃଦୟରୁ ଧନ୍ୟବାଦ ଓ କୃତଜ୍ଞତା ଜଣାଇଛନ୍ତି ।ଶ୍ରୀ ପାତ୍ର କହିଛନ୍ତି ଯେ, ପାର୍ଟି ତାଙ୍କ ଉପରେ ଯେଉଁ ବିଶ୍ୱାସ ଓ ଆସ୍ଥା ରଖିଛି, ସେଥିପାଇଁ ସେ ସଦା ଋଣୀ ରହିବେ । ଏହି ଦାୟିତ୍ୱକୁ ସେ ସମ୍ମାନ ସହ କ୍ଷମତାର ସହିତ ପୂରଣ କରିବା ସହିତ ଏସ.ସି ମୋର୍ଚ୍ଚାକୁ ଆହୁରି ଶକ୍ତିଶାଳୀ କରିବାକୁ ପ୍ରତିବଦ୍ଧ ରହିବେ ବୋଲି କହିଛନ୍ତି । ସେ ଆହୁରି କହିଛନ୍ତି ଯେ, ପ୍ରଧାନମନ୍ତ୍ରୀଙ୍କ “ସବକା ସାଥ, ସବକା ବିକାସ, ସବକା ବିଶ୍ୱାସ” ମନ୍ତ୍ରକୁ ଆଧାର କରି ସମାଜର ସମସ୍ତ ଶ୍ରେଣୀର ଉନ୍ନତି ପାଇଁ ସେ କାମ କରିବେ । ବିଶେଷକରି ଅନୁସୂଚିତ ଜାତିର ଲୋକ ମାନଙ୍କ ଅଧିକାର, ସମ୍ମାନ ଓ ସମୃଦ୍ଧି ପାଇଁ ସେ ନିରନ୍ତର ପ୍ରୟାସ ଜାରି ରଖିବେ । ଏହି ଅବସରରେ ସେ ପାର୍ଟିର ସମସ୍ତ କର୍ମୀ, ସମର୍ଥକ ଏବଂ ନିଜ ଅଞ୍ଚଳବାସୀଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଥିଲେ ।ସମସ୍ତଙ୍କ ସହଯୋଗ ଓ ଆଶୀର୍ବାଦ ତାଙ୍କୁ ଆଗକୁ ବଢ଼ିବାରେ ପ୍ରେରଣା ଦେଵ ବୋଲି ସେ ମତ ପ୍ରକାଶ କରିଛନ୍ତି । ଶେଷରେ ସେ କହିଛନ୍ତି ଯେ, ଆଗାମୀ ଦିନରେ ପାର୍ଟିର ନୀତି ଓ ଆଦର୍ଶକୁ ଗ୍ରାମ ସ୍ତରରେ ପହଞ୍ଚାଇବା ସହ ଲୋକଙ୍କ ସେବାକୁ ଆହୁରି ତିବ୍ର କରିବେ ଏବଂ ଜ଼ିଲ୍ଲାରେ ବିଜେପିକୁ ଆହୁରି ସୁଦୃଢ଼ କରିବାକୁ ପ୍ରୟାସ ଜାରି ରଖିବେ ।

