ଯୋଡ଼ା, ୨୮/୦୪(ପାଇକପୁଅ)କେନ୍ଦୁଝର ଜିଲ୍ଲା ଯୋଡ଼ା ନନ୍ଦି ଗୋ ସେବା ସଂଘ ତତ୍ତ୍ୱାବଧାନରେ ଶାଶ୍ଵତ ଗୋ ସେବା ସହଯୋଗରେ ଗୋ ସମ୍ମାନ ଆହ୍ବାନ ଅଭିଯାନ ଚଳିତ ମାସ ୨୭ ତାରିଖରେ ଶହସ୍ରାଧିକ ଗୋ ସେବକ, ଗୋ ଭକ୍ତ ଓ ଗୋ ପ୍ରେମୀଙ୍କୁ ନେଇ ଏକ ବିଶାଳ ଶୋଭାଯାତ୍ରା ଆୟୋଜନ ହୋଇଥିବା ଦେଖିବାକୁ ମିଳିଛି। ଏହି ଶୋଭଯାତ୍ରା କଳାପାହାଡ଼ ଛକରୁ ବାହାରି, ଏନ ଏ ସି ଗେଟ୍, ସାଇ ମନ୍ଦିର, ଗାନ୍ଧି ଛକ, ଯୋଡ଼ା ବସ୍ ଷ୍ଟାଣ୍ଡ, ହନୁମାନ ମନ୍ଦିର , ଷ୍ଟେଟ ବ୍ୟାଙ୍କ, ରଣାଶାଳ ଘାଟି ଦେଇ ଭଦ୍ରାସହି ଛକ ହେଇ ବଡ଼ବିଲ ତହସିଲ୍ କାର୍ଯ୍ୟାଳୟରେ ପହଞ୍ଚିଥିଲା । ଗୋ ସେବକ ମାନେ ଗୋ ମାତାଙ୍କ ସୁରକ୍ଷା ପାଇଁ ବିଭିନ୍ନ ପ୍ରକାର ସ୍ଳୋଗାନ ମାନ ଦେଇଥିଲେ। ସକାଳ ୭ଘଟିକାରୁ ବାହରି ଦିବା ୧୧ ଘଟିକାରେ କାର୍ଯ୍ୟାଳୟରେ ପହଞ୍ଚି ରାଷ୍ଟ୍ରପତି ଓ ରାଜ୍ଯପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ବଡ଼ବିଲ ଅତିରିକ୍ତ ତହସିଲଦାରଙ୍କୁ ପ୍ରଦାନ କରିଥିଲେ ।

