ବାରିପଦା, ୨୧/୦୩(ପାଇକପୁଅ) ସମ୍ବାଦର ଜିଲ୍ଲା ପ୍ରତିନିଧି ଶ୍ରୀକାନ୍ତ ସାହୁଙ୍କୁ ଜୟପୁର ଡେସ୍କହେଡ ଭାବରେ ପଦୋନ୍ନତି ହୋଇଥିବାରୁ ତାଙ୍କୁ ବାରିପଦା କାର୍ଯ୍ୟରତ ସାମ୍ବାଦିକ ପରିବାର ସଦସ୍ୟ ତରଫରୁ ଶୁକ୍ରବାର ସ୍ଥାନୀୟ ଦାରଗାଡାହି ସ୍ଥିତ ହୋଟେଲ ଆଲେକ୍ସା ସମ୍ମଳନୀ କକ୍ଷରେ ବିଦାୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ସେ ଜିଲ୍ଲା ମୁଖ୍ୟାଳୟ ବାରିପଦାରେ ୨୦୨୪ ମସିହା ଅଗଷ୍ଟ ୧ ତାରିଖରେ କାର୍ଯ୍ୟରେ ଯୋଗଦାନ କରି ୨୦୨୬ ମସିହା ମାର୍ଚ୍ଚ ୧୦ ତାରିଖ ପର୍ଯ୍ୟନ୍ତ ସଫଳତାର ସହ କାର୍ଯ୍ୟରତ ଥିଲେ । ତାଙ୍କ ଉଦେଶ୍ୟରେ ଆୟୋଜିତ ଏହି ବିଦାୟ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଅତିଥି ଭାବରେ ଜିଲ୍ଲା ସୂଚନା ଏବଂ ଲୋକସମ୍ପର୍କ ଅଧିକାରୀ ଶିଶିର କୁମାର ମୁଣ୍ଡୁୟା ଯୋଗଦେଇ କର୍ମହିଁ ମଣିଷର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥାଏ ବୋଲି କହିଥିଲେ । ସାମ୍ବାଦିକ ଦୀପକ କୁମାର ନାୟକ ମଞ୍ଚ ପରିଚାଳନା କରିଥିବା ବେଳେ, ସାମ୍ବାଦିକ ଅଭିଜିତ ମହାନ୍ତି, ରଞ୍ଜନ କୁମାର ଦାଶ, ମନୋଜ କୁମାର ପଣ୍ଡା, ନୀଳାଦ୍ରୀ ବିହାରୀ ଦଣ୍ଡପାଟ, ପ୍ରୟୋଗରାଜ କର, ସୁକାନ୍ତ ସାହୁ, ତରୁଣ କୁମାର ଦାଶ ଦୋଳ ଗୋବିନ୍ଦ ବାରିକ, ମାନସ କୁମାର ବେହେରା, ପ୍ରିୟବ୍ରତ ମିଶ୍ର, ରୁପମ ସ୍ୱାଇଁ, ବିଶ୍ୱଜିତ ଭୂୟାଁ, ତପନ ଦାସ, ଦିଲ୍ଲୀପ ପାତ୍ର, ପ୍ରଦୀପ୍ତ ହୋତା, କ୍ୟାମେରା ପର୍ସନ ହରେକୃଷ୍ଣ ପାତ୍ର ଓ ଲଳିତ ବାରିକ ପ୍ରମୁଖ ଯୋଗଦେଇ ତାଙ୍କୁ ସମ୍ବର୍ଦ୍ଧନା ପତ୍ର, ଉତ୍ତରୀୟ ଏବଂ ଉପହାର ପ୍ରଦାନ ପୂର୍ବକ ବିଦାୟ ସମ୍ବର୍ଦ୍ଧନା ଜ୍ଞାପନ କରିବା ସହ ନିଜନିଜ ଅଭିଭାଷଣରେ ଶ୍ରୀକାନ୍ତ ସାହୁ ବାରିପଦାରେ ରହଣୀ କାଳରେ ତାଙ୍କର ସହଯୋଗ, ସରଳତା ଓ ସମସ୍ତଙ୍କ ସହ ମିଶି କାମ କରିବାର ଭାବନା ସମସ୍ତଙ୍କ ମନରେ ଚିରଦିନ ସ୍ମରଣୀୟ ହୋଇ ରହିବ ବୋଲି କହି ତାଙ୍କର ଉଜ୍ବଳ ଭବିଷ୍ୟତ କାମନା କରିଥିଲେ ।
ଶେଷରେ ଶ୍ରୀକାନ୍ତ ସାହୁ ଦୀର୍ଘ ଦୁଇବର୍ଷ ରହଣୀ କାଳର ଅନୁଭୂତି ବର୍ଣ୍ଣନା କରି ସେ ମୟୂରଭଞ୍ଜ ମାଟିକୁ କେବେ ଭୁଲିପାରିବେ ନାହିଁ ବୋଲି କହିଥିଲେ ।

