ଯୋଡ଼ା,୧୭/୦୩(ପାଇକପୁଅ)କେନ୍ଦୁଝର ଜିଲ୍ଳା ଯୋଡ଼ା ଥାନା ଅନ୍ତର୍ଗତ ୧୧ ନମ୍ବର ୱାର୍ଡ କମାରଯୋଡ଼ା ର ଏକ ନାବାଳିକା କୁ ଦୁଷ୍କର୍ମ ଅଭିଯୋଗ ରେ ଯୋଡ଼ା ପୋଲିସ୍ ମଙ୍ଗଳ ବାର ଦିନ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛିl ଅଭିଯୁକ୍ତ ଜଣକ ବିହାର ରାଜ୍ୟର ସିୱାନ ଜିଲ୍ଲାର ଏମ୍. ଡି.ଲାଡେନ (୨୭) ବୋଲି ଜଣାପଡିଛି। ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ କମାର ଯୋଡ଼ା ଅଞ୍ଚଳ ରେ ଏକ ଦୋକାନ ରେ ପୀଡିତା ନାବାଳିକା ଏକାକୀ ଥିବା ସମୟରେ ସାମ୍ନା ଟାୟାର ଦୋକାନ ରେ କାର୍ଯ୍ୟ କରୁଥିବା ଏମ.ଡି.ଲାଡେନ ଥଣ୍ଡା ପିଇବା ପାଇଁ ଦୋକାନ କୁ ଆସିଥିଲା ଏବଂ ଦୋକାନୀ ଘରକୁ ମଧ୍ୟାହ୍ନ ଭୋଜନ ପାଇଁ ଯାଇଥିବା ଓ ନାବାଳିକା ଜଣକ ଏକାକୀ ଥିବାର ସୁଯୋଗ ନେଇ ନିଜର ଯୌନ କ୍ଷୁଧା ମେଣ୍ଟାଇବା ନିମନ୍ତେ ଅସଦାଚରଣ କରିଥିଲା।ତେବେ ଅଭିଯୁକ୍ତ ଜଣକ ପୀଡିତା ଙ୍କ ମୁହଁ କୁ ଚାପି ଧରିଥିବା ଦ୍ୱାରା ସେ ଚିତ୍କାର କରି ପାରି ନ ଥିଲା। ତେବେ ସେ ସମୟରେ ଦୋକାନ କୁ ଅନ୍ୟ ଗ୍ରାହକ ଚାଲି ଆସିବା ଦ୍ୱାରା ଅଭିଯୁକ୍ତ ଲାଡେନ ନାବାଳିକା କୁ କାହାକୁ ନ ଜଣାଇବା ପାଇଁ ଧମକ ଦେଇ ସେଠାରୁ ଚାଲି ଯାଇଥିଲା। ପରେ ପରିବାର ଲୋକ ଆସିବାରୁ ପୀଡିତା ନାବାଳିକା ଘର ଲୋକଙ୍କୁ ସବୁ କଥା କହିଥିଲା।ନାବାଳିକାର ମାଆ ଏହାକୁ ନେଇ ଯୋଡ଼ା ଥାନା ରେ ଏକ ଅଭିଯୋଗ କରିଥିଲେ।ଅଭିଯୋଗକୁ ଆଧାର କରି ଯୋଡ଼ା ପୋଲିସ ଏମ.ଡି.ଲାଡେନ କୁ ପସ୍କୋ କେଶ ଅନୁଯାୟୀ ଗିରଫ କରି କୋର୍ଟ ଚାଲାଣ କରିଛି। ଏମ.ଡି.ଲାଡେନ ବିହାର ରାଜ୍ୟର ସିୱାନ ଜିଲ୍ଳାରେ ହୋଇଥିବା ବେଳେ ସେ ଯୋଡ଼ା ରେ ଚାରିବର୍ଷ ହେବ ଏମ.ଡି.ସୋକିବଙ୍କ ଟାୟାର ଦୋକାନ ରେ ରହି କାର୍ଯ୍ୟ କରୁଥିଲା।
