ମାଲକାନଗିରି,୧୩/୦୩ (ସୁଧାଂଶୁ ଶେଖର ମହାନ୍ତି) ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଭକ୍ତ ଚରଣ ଦାସଙ୍କ ଆହ୍ବାନ କ୍ରମେ ଦେଶରେ ରୋସେଇ ଗ୍ୟାସ ଅଭାବୀ ବିକ୍ରି ଏବଂ ଦରଦାମ ବୃଦ୍ଧି ପ୍ରତିବାଦରେ ମାଲକାନଗିରି ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଏକ ବିକ୍ଷୋଭ କାର୍ଯ୍ୟକ୍ରମ କରାଯାଇଛି। ଜିଲ୍ଲା କଂଗ୍ରେସ ସଭାପତି ଜି ଶ୍ରୀନିବାସ ରାଓଙ୍କ ନେତୃତ୍ଵରେ ସହ ସହ କଂଗ୍ରେସ ନେତା ଏବଂ କର୍ମୀ ଜିଲ୍ଲା କଂଗ୍ରେସ ଭବନ ଠାରୁ ଶୋଭାଯାତ୍ରାରେ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ଜିଲ୍ଲାପାଳଙ୍କୁ ରୋଷେଇ ଗ୍ୟାସ ଦର ବୃଦ୍ଧି, ଅଭାବୀ ବିକ୍ରି ଏବଂ କଳାବଜାରୀ ରୋକିବା ଲାଗି ଏକ ସ୍ମାରକ ପତ୍ର ପ୍ରଦାନ କରିଥିଲେ। ଉକ୍ତ ବିକ୍ଷୋଭରେ ଜିଲ୍ଲା କଂଗ୍ରେସ ଉପସଭାପତି ଭିମା ବାର୍ଷେ, ସମ୍ପାଦକ ପଦ୍ମ ପାଙ୍ଗି, ବରିଷ୍ଟ କଂଗ୍ରେସ ନେତା ସ୍ମୁତି ରଞ୍ଜନ, କିସାନ୍ ସେଲ ସଭାପତି ଦଶରଥ ଡୁରୁକା, ପୌରପରିଷଦ ସଭାପତି କେଶୁ ରାଓ, ବିନାୟକ ପାତ୍ର, ଏସ ସି ସେଲ ସଭାପତି ପ୍ରାଣ କ୍ରିଷ୍ଣା ମଣ୍ଡଳ, ପୁଷ୍ପା କବାସି, ଇର୍ମା ପଡ଼ିଆମି, ମୁକା ମାଡକାମି, ଅର୍ଜୁନ ପଡିଆମି, ଜିଲ୍ଲା ପରିଷଦ ସଦସ୍ୟ କୃଷ୍ଣଚନ୍ଦ୍ର ଅନୁଗୁ, ପ୍ରଭାକର ପାଳ, ଛାତ୍ର କଂଗ୍ରେସ ରାଜ୍ୟ ସମ୍ପାଦକ ସନ୍ତୋଷ ପଟ୍ଟନାୟକ ଉପସ୍ଥିତ ଥିଲେ।
