ବାରିପଦା,୧୨/୦୩(ପାଇକପୁଅ)ଭାରତର ସ୍ୱାଧୀନତା ସଂଗ୍ରାମର ଅନ୍ୟତମ ଓଡ଼ିଆ ବୀର ବକ୍ସି ଜଗବନ୍ଧୁ ଥିଲେ ଅନ୍ୟତମ।ତାଙ୍କର ବୀରତ୍ୱର କାହାଣୀକୁ ନାଟକ ରୂପ ଦେଇଥିଲେ ପୂର୍ବତନ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ। ପ୍ରତିଷ୍ଠିତ ନିର୍ଦ୍ଦେଶକ ଧୀର ମଲ୍ଲିକଙ୍କ ନିର୍ଦ୍ଦେଶନାରେ ଓଡିଶାର ଅଦ୍ଵିତୀୟ ନାଟ୍ୟସଂସ୍ଥା ଶତାବ୍ଦୀର କଳାକାର ସ୍ଥାନୀୟ ଶହୀଦ ସ୍ମୃତି ଭବନରେ ଚଳିତ ମାସ ୧୫ ତାରିଖରେ ନାଟକ ମହାସଂଗ୍ରାମର ମହାନାୟକ : ବକ୍ସି ଜଗବନ୍ଧୁ ପରିବେଷଣ କରିବେ ବୋଲି ଜଣାଯାଇଛି।ବାରିପଦାର ଆମେ ନାଟ୍ୟସଂସ୍ଥା ସହଯୋଗରେ ଆୟୋଜିତ ହେବାକୁ ଥିବା ଏହି ଯୁଗାନ୍ତକାରୀ ନାଟକକୁ ନିଃଶୁଳ୍କରେ ଦେଖିବା ସହ କଳାକାରମାନଙ୍କୁ ଉତ୍ସାହିତ କରିବା ପାଇଁ ସଂସ୍ଥାର ପ୍ରତିଷ୍ଠାତା ଚିନ୍ମୟ ଦାସ ପଟ୍ଟନାୟକ ଅନୁରୋଧ କରିଛନ୍ତି।
