ଯୋଡ଼ା,୧୧)୨/୦୩(ପାଇକପୁଅ)କେନ୍ଦୁଝର ଜିଲ୍ଲାର ଯୋଡ଼ା ବାଂଶପାଣି ନିକଟରେ ଅବକାରୀ ବିଭାଗର ଚଢ଼ାଉ କରି କାର ରୁ ୩୦୦ ଲିଟର ମହୁଲି ଜବତ କରିବା ସହ ଜଣେ ମହିଳା ଏବଂ ଜଣେ ପୁରୁଷ କୁ ଗିରଫ କରିଛି।ଗିରଫ ହୋଇଥିବା ଅଭିଯୁକ୍ତ ମାନେ ହେଲେ ଜୁରୁଡି ଅଞ୍ଚଳର ଅଜିତ ହେମ୍ବ୍ରମ(୨୦) ଏବଂ ଜଣେ ମହିଳା ଜ୍ୟୋସୋନା ସାହୁ (୩୮)ବୋଲି ଜଣାପଡିଛି।ସରକାର ଙ୍କ ନିର୍ଦ୍ଦେଶ କ୍ରମେ ଅବକାରୀ ବିଭାଗର ର ବେଆଇନ ମଦ ଵିରୋଧ ରେ ସ୍ୱତନ୍ତ୍ର ଡ୍ରାଇଭ ଚାଲୁଥିବା ବେଳେ ମଙ୍ଗଳବାର ଦିନ ବାଂଶପାଣି ନିକଟରେ ଵିଶେଷ ସୂତ୍ରରୁ ଖବର ପାଇ ଏସ.ଆଇ ଶୁଭମ ବିଶ୍ୱାଳ ,ଏ.ଏସ.ଆଇ ପ୍ରଶାନ୍ତ ପରିଡା ଏବଂ ସହକର୍ମୀଙ୍କ ଏକ ମିଳିତ ଟିମ ଗାଡି ନମ୍ବର ଓ.ଆର.0୨-ଏ-ଏସ-୫୫୬୦ ରେ ମହୁଲି ମଦ ଚାଲାଣ ବେଳେ ଚଢ଼ାଉ କରିଥିଲେ।ଏହି ଚଢ଼ାଉ ରେ ଗାଡି ରୁ ୩୦୦ ଲିଟର ମହୁଲି ଜବତ କରି ଗାଡିକୁ ମଧ୍ୟ ଜବତ କରି ଉଭୟ ଅଭିଯୁକ୍ତ ଙ୍କୁ ଗିରଫ କରି ବଡ଼ବିଲ କୋର୍ଟ ଚାଲାଣ କରାଯାଇଥିବା ନେଇ ଅଧିକାରୀ ସୂଚନା ଦେଇଛନ୍ତି।
