ମାଲକାନଗିରି,୨୬/୦୨ (ସୁଧାଂଶୁ ଶେଖର ମହାନ୍ତି)ଉତ୍କଳ ସମ୍ମିଳନୀ ରାଜ୍ୟ ଶାଖା ସଭାପତି ଅଦୈତ୍ୱ କୁମାର ପାତ୍ର ଏବଂ ଉପ ସଭାପତି ଡଃ ସୁବ୍ରତ କୁମାର ସାହୁଙ୍କ ସମେତ ଅନ୍ୟ ରାଜ୍ୟ ସ୍ତରୀୟ କର୍ମକର୍ତ୍ତା ଆଜି ଦିନିକିଆ ମାଲକାନଗିରି ଜିଲ୍ଲା ଗସ୍ତରେ ଆସିଥିଲେ। ଜିଲ୍ଲା ଗସ୍ତରେ ଆସି ପ୍ରଥମେ ମାଲକାନଗିରି ସଦର ସ୍ଥିତ ସର୍କିଟ ହାଉସ ରେ ପହଞ୍ଚି ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରିଥିଲେ। ସେହି ସମୟରେ ଉତ୍କଳ ସମ୍ମିଳନୀ ରାଜ୍ୟ ଶାଖାର ସମସ୍ତ ନେତୃବୃନ୍ଦ ଙ୍କ ସମେତ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ ବେଦବର ପ୍ରଧାନ ଯୋଗ ଦେଇଥିଲେ। ପରେ ଉତ୍କଳ ସମ୍ମିଳନୀ ଜିଲ୍ଲା ଶାଖା ପକ୍ଷରୁ ମାଲକାନଗିରି ସଦର ସ୍ଥିତ ଉତ୍କଳ ସାମ୍ବାଦିକ ସଙ୍ଘ କାର୍ଯ୍ୟାଳୟରେ ଏକ ସାଧାରଣ ସଭାର ଆୟୋଜନ କରାଯାଇଥିଲା। ରାଜ୍ୟ ସଭାପତି ଶ୍ରୀ ପାତ୍ର ଙ୍କ ସଭାପତିତ୍ୱ ରେ ଏହି ସଭାଟି ଅନୁଷ୍ଠିତ ହୋଇଥିବା ବେଳେ ମାଲକାନଗିରି ଜିଲ୍ଲାର ପୋଲାଭରମ ପ୍ରକଳ୍ପ ଜନିତ ସମସ୍ୟାର ସମାଧାନ, ଜିଲ୍ଲା କୁ ରେଳ ସଂଯୋଗୀକରଣ, ଆଦିବାସୀ ଭାଷାର ସଂରକ୍ଷଣ ଏବଂ ବ୍ୟବହାର, ସ୍ୱାଭିମାନ ଅଞ୍ଚଳର ବିକାଶ, କୃଷିଜାତ ଦ୍ରବ୍ୟର ସଠିକ କ୍ରିୟାନ୍ଵୟନ ଏହିଭଳି ବିଭିନ୍ନ ବିଷୟରେ ଆଲୋଚନା କରାଯାଇଥିଲା। ଆଜିର ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ଉପ ସଭାପତି ପଦ୍ମନାଭ ସାମଲ, ରାଜ୍ୟ ଉପ ସଭାପତି କମଳ ଚକ୍ରବର୍ତ୍ତୀ, ରାଜ୍ୟ ସମ୍ପାଦକ ଅକ୍ଷୟ କୁମାର ଦାସ, କେନ୍ଦ୍ରୀୟ ସଦସ୍ୟ ରବୀନ୍ଦ୍ର ବେଉରିଆ, ଜିଲ୍ଲା ଶାଖା ସଭାପତି ଦୁଷ୍ମନ୍ତ କୁମାର ଜେନା, ଜିଲ୍ଲା ଉପ ସଭାପତି ଲମ୍ବୋଦର ତୁରୁକ, ଜିଲ୍ଲା ସମ୍ପାଦକ ଅଶୋକ ମିଶ୍ର, ଜିଲ୍ଲା ଉପଦେଷ୍ଟା ପ୍ରକାଶ ଚନ୍ଦ୍ର ପଟ୍ଟନାୟକ, ସରୋଜ କୁମାର ଦାସ ଏବଂ ରବୀନ୍ଦ୍ର କୁମାର ମହାରଣା, ସୁରେନ୍ଦ୍ର ମଲ୍ଲିକ, କାଳୁ ମହାରଣା, ବିଚିତ୍ରନନ୍ଦ ରାଉତ, ନୃସିଂହ ଚରଣ ମହାନ୍ତି, ଅଲେଖ ପ୍ରସାଦ ପାତ୍ର ଙ୍କ ସମେତ ରାଜ୍ୟ ଏବଂ ଜିଲ୍ଲା ଶାଖା ର ଅନ୍ୟ କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ।
