ଯୋଡ଼ା,୧୨/୦୨(ପାଇକପୁଅ) କେନ୍ଦୁଝର ଜିଲ୍ଲା ଯୋଡ଼ା ବ୍ଲକ ଏବଂ ଯୋଡ଼ା ମ୍ୟୁନିସିପାଲଟି ରେ ସି ଆଇ ଟି ୟୁ ଓଡ଼ିଶା ରାଜ୍ୟ କମିଟି ଶ୍ରମିକ ଓ କୃଷକ ଐକ୍ୟ ଭାବେ ଦେଇ ଥିବା ବନ୍ଦ ଡାକରା ସଫଳ ହୋଇ ଥିବା ଦେଖା ଯାଇ ଥିଲା।କେନ୍ଦ୍ରୀୟ ଟ୍ରେଡ୍ ଉନିଅନ୍ ଓ ସ୍ବାଧିନ ଫେଦ୍ରେସନ ମାନେ ଶ୍ରମଶକ୍ତି ନୀତିକୁ ପ୍ରତ୍ୟାହାର କରିଛନ୍ତି।ଶ୍ରମ କାର୍ଡ ଶ୍ରମ ଶକ୍ତି ନୀତି ପ୍ରଣୟନ ହେଲେ ଦେଶର ସତୁରୀ ଭାଗ ଶ୍ରମିକ ଶ୍ରମ ଆଇନିର ପରିସରରୁ ଅଲଗା ହୋଇଯିବେ ଅର୍ଥାତ୍ ଶ୍ରମ ଆଇନିଗତ ଅଧିକାର ପାଇବେ ନାହିଁ। ରାଜ୍ୟ ସରକାରଙ୍କୁ ଆର୍ଥିକ ଦେୟ ନବେ ପ୍ରତିଶତରୁ କମାଇ ଷାଠିଏ ପ୍ରତିଶତ କରାଯାଇଛି ଯାହାକି ଶ୍ରମିକ ମାନଙ୍କୁ କାମ କମ୍ ମିଳିବ ଯାହା ଦଶ ପ୍ରତିଶତ ରୁ ବଢ଼ି ଚାଳିଶି ପ୍ରତିଶତ ହୋଇଯିବ। ଚାଷୀ ମାନେ ବିନା ରେଜିଷ୍ଟ୍ରି ରେ ବିହନ ବିକ୍ରି କରି ପାରିବେ ନାହିଁ।ତେଣୁ ଏହାପାଇଁ ଦେଶର ପ୍ରମୁଖ ଦଶ ଟି ତ୍ରେଡ ଉନିଓନ ଓ କର୍ମଚାରୀ ମାନେ ଗୋଟିଏ ଦିନ ବାର ଫେବୃଆରୀ ଦେଶବ୍ୟାପୀ ବାର ଘଣ୍ଟିଆ ସାଧାରଣ ଧର୍ମ ଘଟ ଡାକରା ଦେଇଥିଲେ।ଯାହା ଯୋଡ଼ା ବ୍ଲକ ବନ୍ଦ ଡାକରା ସତ ପ୍ରତିଶତ ସଫଳ ହୋଇଥିବାର ଦେଖିବାକୁ ମିଳିଥିଲା।ଯୋଡ଼ା ସହର ର ଓ ଗଳି କନ୍ଦିର ପ୍ରତ୍ୟେକ ଦୋକାନ ବଜାର ବନ୍ଦ ଥିବା ସହ ସରକାରୀ ବେସରକାରୀ ସ୍କୁଲ କଲେଜ,ବ୍ୟାଙ୍କ୍ ସରକାରୀ ପ୍ରତ୍ୟେକ କାର୍ଯ୍ୟାଳୟ ବନ୍ଦ ଥିବାର ଦେଖିବାକୁ ମିଳିଥିଲା।ଜାତୀୟ ରାଜପଥ ରେ ଭାରିଜନ ସହ କୌଣସି ଯାନ ଚଳାଚଳ ନଥିଲା। ଏକ ଅର୍ଥରେ ଦେଖିଲେ ସହର ବଜାର ଚଳାଚଳ ସମ୍ପୂର୍ଣ୍ଣ ଠପ୍ ଥିଲା।
