କୋଣାର୍କ,୦୭/୦୨(ପାଇକପୁଅ)କୋଣାର୍କ ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧିନ ୱାର୍ଡ ନଂ ୧୦ରେ ଥିବା ପୁରାତନ ମହାବୀର ମନ୍ଦିର ତଥା କମଳ ବାବାଙ୍କ ଆଶ୍ରମରେ ଅଷ୍ଟମ ପ୍ରହରୀ ନାମ ଯଜ୍ଞ ଅନୁଷ୍ଟିତ ହୋଇଯାଇଅଛି।ସେହିପରି ଏହି ଆଶ୍ରମର ପ୍ରତିଷ୍ଠାତା ସ୍ୱର୍ଗତଃ ବାବାଜୀ ମହାରାଜ କମଳଲୋଚନ ଦାସଙ୍କ ୧୯ତମ ପୁଣ୍ୟ ଦିବସ ପାଳିତ ହୋଇଯାଇଅଛି। ଏହି ଅବସରରେ ପୀଠରେ ଶନିବାର ଦିନ ଅଷ୍ଟପ୍ରହର ନାମ ସଂକୀର୍ତ୍ତନ ଯଥାବିଧିରେ ଅନୁଷ୍ଠିତ ହୋଇଛି। ମହାବୀରଙ୍କ ପୀଠରେ ଅନୁଷ୍ଠିତ ଏହି ଭକ୍ତିମୟ କାର୍ଯ୍ୟକ୍ରମରେ ଶୁକ୍ରବାର କଳସ ଯାତ୍ରା ସହ ଶନିବାର ଭୋର ୬ଘଟିକାରୁ ନାମ ସଂକୀର୍ତ୍ତନ ଆରମ୍ଭ ହୋଇଥିବା ବେଳେ ରବିବାର ସକାଳ୬ ଘଟିକାରେ ନାମ ସଂକୀର୍ତ୍ତନ ସମ୍ପନ୍ନ ହେବା ସହ ପୂର୍ଣ୍ଣାହୁତି କାର୍ଯ୍ୟକ୍ରମ ହେବ। ଏହି ନାମ ଯଜ୍ଞରେ କର୍ତ୍ତା ରୂପେ ରାମଚନ୍ଦ୍ର ମହାରଣା କାର୍ଯ୍ୟ ସମ୍ପାଦନ କରିଥିବା ବେଳେ ମୁଖ୍ୟ ପୂଜକ ଭାବେ ଦ୍ବାରିକାନାଥ ରଥ ସମସ୍ତ ରୀତିନୀତି ଅନୁସାରେ ପୂଜାକାର୍ଯ୍ୟ ତୁଲାଇ ଥିଲେ।ବିଭିନ୍ନ ଅଞ୍ଚଳରୁ ୧୦ରୁ ଅଧିକ ସଂକୀର୍ତ୍ତନ ମଣ୍ଡଳୀ ଯୋଗଦେଇ ପ୍ରଭୁଙ୍କ ନାମ ସଂକୀର୍ତ୍ତନ ପରିବେଷଣ କରିବା ସହ ଏକ ଆଧ୍ୟତ୍ମିକ ପରିବେଶ ସୃଷ୍ଟି ହୋଇଥିଲା। ଏହି ଅବସରରେ ସ୍ଥାନୀୟ ଶ୍ରଦ୍ଧାଳୁ ମାନେ ନାମ ଯଜ୍ଞରେ ସାମିଲ ହେବା ସହ ପ୍ରସାଦ ସେବନ କରିଥିଲେ।ଏହି ଆଧ୍ୟାତ୍ମିକ ଉତ୍ସବରେ ମଠାଧିଶ ବାବାଜୀ ଶ୍ରୀ କରୁଣାକର ଦାସଙ୍କ ପ୍ରତ୍ୟକ୍ଷ ତତ୍ୱାବୋଧନରେ ଅନୁଷ୍ଟିତ ନାମ ଯଜ୍ଞରେ ସୁରେଶ ଚନ୍ଦ୍ର ରାଉତରାୟ,ଜ୍ଞାନରଞ୍ଜନ ନାୟକ,ସର୍ବେଶ୍ଵର ମହାରଣା,ସାଗର ରାଉତ,ଲିଙ୍ଗରାଜ ମୁରୁଡ଼ି,ଶଶୀଭୂଷଣ ମହାରଣା, ବିଚିତ୍ର ଓଝା, କବିରାଜ ପାତ୍ର,ଗୋବିନ୍ଦ ମହାରଣା,ବିଭୂତି ଭୂଷଣ ମହାରଣା, ଭ୍ରମର ଓଝା, ସୁଦର୍ଶନ ଓଝା, ରମାକାନ୍ତ, କର୍ମଜିତ,ଗୁଗୁ, ବୀରବର ପାତ୍ର,କୈଳାସ ବାନ,ଅମରେଶ୍ୱର କାଣ୍ଡି ପ୍ରମୁଖ ପରିଚାଳନା ଓ ସହଯୋଗ କରିଥିଲେ।
