ମୁନିଗୁଡା, ୫/୨(ପାଇକପୁଅ) ଲୋକଙ୍କୁ ଜମି ରେଜିଷ୍ଟ୍ରେସନ ସୁବିଧା ଯୋଗାଇଦେବା ପାଇଁ ଆଜି ଆଭାସୀ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ମୁନିଗୁଡା ଉପନିବନ୍ଧକ ଓ ବିବାହ ନିବନ୍ଧୀକରଣ କାର୍ଯ୍ୟାଳୟ ଉଦ୍ଘାଟନ କରିଛନ୍ତି । ମୁନିଗୁଡା ଠାରେ ଅନୁଷ୍ଠିତ ଉଦ୍ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବିଧାୟକ ନିଳମାଧବ ହିକକା ଫିତାକାଟି କାର୍ଯ୍ୟାଳୟ ଉଦ୍ଘାଟନ କରିଥିବା ବେଳେ ତହସିଲଦାର ଏମ୍ ଅନୁରାଧା ପ୍ରମୁଖ ଉପସ୍ଥିତ ଥିଲେ। ପ୍ରକାଶ ଥାଉକି ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ ୧୭ଟି ଜିଲ୍ଲାର ୫୭ଟି ସବ୍ ରେଜିଷ୍ଟରର ନୁତନ କାର୍ଯ୍ୟାଳୟ ଆଭାସୀ ମାଧ୍ୟମରେ ଉଦ୍ଘାଟନ କରିଛନ୍ତି। ଏହି ଉଦ୍ଘାଟନୀ ଉତ୍ସବରେ ମୁନିଗୁଡା ବିଡିଓ କୃଷ୍ଣଚନ୍ଦ୍ର ଦଳପତି, ଅତିରିକ୍ତ ତହସିଲଦାର ବ୍ରଜ ଗୋପାଳ ଦାସ, ବିଭାଗୀୟ ଅଧିକାରୀ ଗୈରୀ ଶଙ୍କର, ବରିଷ୍ଠ ରାଜସ୍ୱ ସହାୟକ ମନୋଜ କୁମାର ପାତ୍ର, ଭୁବନ ମୋହନ ଆଚାରୀ, ବିଶ୍ବନାଥ ମହାନ୍ତି, ଜଙ୍ଗଲ ଜମି ସହାୟକ ରାମକୃଷ୍ଣ ମିଶ୍ର, ଟିକରପଡା ରାଜସ୍ୱ ନିରୀକ୍ଷକ ପ୍ରଶାନ୍ତ ମିଶାଲ, ଜଗଦଲପୁର ରାଜସ୍ୱ ନିରୀକ୍ଷକ ଅଶ୍ବିନୀ କୁମାର ପଣ୍ଡା ଓ ସୁପରଭାଇଜର ସୁଧିର କୁମାର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।
