କାଲିମେଳା:୨୧/୦୧:(ସନ୍ତୋଷ କୁମାର ପଣ୍ଡା) ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ୍ ଅନ୍ତର୍ଗତ ଏମଭି–୭୯ ସ୍ଥିତ ପ୍ରଧାନମନ୍ତ୍ରୀ ସ୍କୁଲ ଫର ରାଇଜିଂ ଇଣ୍ଡିଆ (ପିଏମ୍ ଶ୍ରୀ) ବାଳିକା ଉଚ୍ଚ ବିଦ୍ୟାଳୟ ପ୍ରାଙ୍ଗଣରେ ପିଏମ୍ ଶ୍ରୀ ଉତ୍ସବ ଉତ୍ସାହ ଓ ଆଡମ୍ବର ସହ ଆୟୋଜିତ ହୋଇଯାଇଛି।ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ମାଲକାନଗିରି ବିଧାୟକ ଶ୍ରୀଯୁକ୍ତ ନରସିଂହ ମାଡକାମି ଛାତ୍ରଛାତ୍ରୀମାନଙ୍କୁ ଜୀବନ ଗଢ଼ିବାରେ ଶିକ୍ଷାର ଗୁରୁତ୍ୱ ସମ୍ପର୍କରେ ମାର୍ଗଦର୍ଶନ ଦେଇ କହିଥିଲେ ଯେ, “ପାଠପଢ଼ା କେବଳ ଜୀବିକା ଉପାର୍ଜନର ଉପାୟ ନୁହେଁ, ଏହା ଜୀବନ ନିର୍ମାଣର ସବୁଠୁ ବଡ଼ ଆଧାର।”
ବାଳିକା ଶିକ୍ଷାକୁ ଗୁରୁତ୍ୱ ଦେଇ ସେ କହିଥିଲେ ଯେ, ପୂର୍ବରୁ ଝିଅ ଜନ୍ମକୁ ନେଇ ସମାଜରେ ଯେ ଧାରଣା ଥିଲା, ଏବେ ସେଥିରେ ବଡ଼ ପରିବର୍ତ୍ତନ ଆସିଛି। ଆଜି ଝିଅମାନେ ପାଠପଢ଼ା, ଖେଳ ଓ ସମସ୍ତ କ୍ଷେତ୍ରରେ ନିଜ ଦକ୍ଷତା ପ୍ରମାଣ କରି ଇତିହାସ ରଚନା କରୁଛନ୍ତି ବୋଲି ସେ ମତ ପ୍ରକାଶ କରିଥିଲେ।ମୁଖ୍ୟ ବକ୍ତା ଭାବେ ଯୋଗଦେଇଥିବା କାଲିମେଳା ବିଡିଓ ଶ୍ରୀଯୁକ୍ତ ପ୍ରଦୀପ କୁମାର କର ଛାତ୍ରଛାତ୍ରୀମାନଙ୍କୁ ଭୁଲ କରିବାକୁ ଭୟ ନକରି ଶିଖିବାର ପରାମର୍ଶ ଦେଇ କହିଥିଲେ, “ଭୁଲ ହେଉଛି ଶିକ୍ଷାର ପ୍ରଥମ ପଦକ୍ଷେପ। ଭୟ ତ୍ୟାଗ କଲେ ଆତ୍ମବିଶ୍ୱାସ ବଢ଼େ ଏବଂ ଆତ୍ମବିଶ୍ୱାସରୁ ସୃଜନଶୀଳ ଚିନ୍ତା ଓ ସଫଳତା ଜନ୍ମ ନେଇଥାଏ।ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ଭାଗିରଥ ବେହେରା, ଏସ୍.ଏମ୍.ସି. ସଭାପତି ଶ୍ରୀଯୁକ୍ତ କଳ୍ପ ବାଣୁଆ, ପୂର୍ବତନ ଜିଲ୍ଲା ବିଜେପି ସଭାପତି ନିମାଇଁ ପାଲ, ପରିତୋଶ ସରକାର, ନାରାୟଣ ସରକାର, ସମୀର ମିସ୍ତ୍ରୀ ପ୍ରମୁଖ ମଞ୍ଚାସୀନ ଅତିଥି ଭାବେ ଉପସ୍ଥିତ ଥିଲେ।ମେଳାର ମୁଖ୍ୟ ଆକର୍ଷଣ ଥିଲା Talent Gallery, Career Counselling, ମାଲକାନଗିରିର ଆଞ୍ଚଳିକ ଇତିହାସ ଆଧାରିତ ପ୍ରଦର୍ଶନୀ, Business Summit ଦୋକାନ ଯାତ୍ରା, ଖାଦ୍ୟ ଷ୍ଟଲ୍,ଗୁପ୍ ଚୁପ୍, ବିରିୟାନୀ, ମାଣ୍ଡିଆ ଲଡୁ, ରାଶି ଲଡୁ, ପୁରୁଣା/ଆବର୍ଜନା ଜିନିଷରୁ ନୂଆ ଉପଯୋଗୀ ବସ୍ତୁ ତିଆରି କରିବାର ଏକ ପ୍ରତିଯୋଗିତା/ପ୍ରଦର୍ଶନୀ ବହୁତ ଗୁଡିଏ ଘର ସଜେଇବା ସମାଗ୍ରୀ , ସାହିତ୍ୟ ସୃଜନୀ, ୱାଲ ମଗାଜିଂ ଓ ପେରେଣ୍ଟସ ଅଜ ଏ ପାଟନର ଭଳି ବିଭିନ୍ନ ଷ୍ଟଲ୍, ଯାହା ଛାତ୍ରଛାତ୍ରୀ ଓ ଅଭିଭାବକମାନଙ୍କୁ ଆକର୍ଷିତ କରିଥିଲାକାର୍ଯ୍ୟକ୍ରମର ଆବାହକ ଥିଲେ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ମନୋଜ କୁମାର ମିଶ୍ର। ସେ ଅତିଥିମାନଙ୍କୁ ସ୍ୱାଗତ କରି କହିଥିଲେ ଯେ, ଏପରି କାର୍ଯ୍ୟକ୍ରମ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଆତ୍ମବିଶ୍ୱାସ, ସୃଜନଶୀଳତା ଓ ଭବିଷ୍ୟତ ପ୍ରତି ସଚେତନତା ବୃଦ୍ଧି କରିବlକାର୍ଯ୍ୟକ୍ରମ ଶେଷରେ କୁନି ପିଲାମାନଙ୍କ ଦ୍ୱାରା ପରିବେଷିତ ସାମାଜିକ ବାର୍ତ୍ତାବାହୀ ନାଟକ ସମସ୍ତଙ୍କ ମନ ଜିତିଥିଲା। ପିଏମ୍ ଶ୍ରୀ ଅନ୍ତର୍ଗତ ବିଭିନ୍ନ କ୍ରୀଡ଼ା ଓ ପ୍ରତିଯୋଗିତାର କୃତି ପ୍ରତିଯୋଗୀମାନଙ୍କୁ ଅତିଥିମାନଙ୍କ ହାତରେ ପୁରସ୍କାର ବିତରଣ କରାଯାଇଥିଲା।

