ଭୁବନେଶ୍ୱର, ୨୦/୦୧(ପାଇକପୁଅ)ଓଡ଼ିଶା ମ୍ୟୁଜିକ୍ ହେରିଟେଜ୍ ସାଂସ୍କୃତିକ ଅନୁଷ୍ଠାନ ତରଫରୁ “ଶୀତ ଉତ୍ସବ” ପାଳନ ଅବସରରେ ସ୍ଥାନୀୟ ବୁ୍ଦ୍ଧ ମନ୍ଦିର ପ୍ରେକ୍ଷାଳୟରେ ଏକ ସୁନ୍ଦର ସଙ୍ଗୀତ ସନ୍ଧ୍ୟା ତଥା ସମ୍ବର୍ଦ୍ଧନା ପର୍ବ ଅନୁଷ୍ଠିତ ହୋଇଯାଇଛି । ଏହି ସାଙ୍ଗୀତିକ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀର ପୂର୍ବତନ ସଂପାଦକ ଶ୍ରୀଯୁକ୍ତ ଧୀରେନ୍ଦ୍ର ନାଥ ମଲ୍ଲିକ ଯୋଗ ଦେଇଥିଲେ । ସମ୍ମାନିତ ଅତିଥି ଭାବରେ ଶ୍ରୀ ଯୁକ୍ତ ଅତୁଲ୍ୟ ଚମ୍ପତିରାୟ, ସି. ଜି. ଏମ (ପି ଆଣ୍ଡ୍ ଏ), ଓ. ବି. ସି.ସି ଏବଂ ଡାଃ ତ୍ରିଲୋଚନ ବରାଳ, ସଂସ୍କୃତି ବିଭାଗ, ଓଡ଼ିଶା ସରକାର ପ୍ରମୁଖ ଯୋଗ ଦେଇଥିଲେ । ଶାସ୍ତ୍ରୀୟ ସଙ୍ଗୀତ ଗୁରୁ ଶ୍ରୀ କରୁଣାକର ନାୟକ, ଗୀତିକାର ତଥା କବି ଶ୍ରୀ ମୋହିତ ଚକ୍ରବର୍ତ୍ତୀ ଏବଂ ସଂଗୀତ ନିର୍ଦ୍ଦେଶକ ଶ୍ରୀ ଯୁକ୍ତ ବିକାଶ ଶୁକ୍ଳା ପ୍ରମୁଖ କଳାକାରମାନଙ୍କୁ ଓଡିଆ ସଙ୍ଗୀତ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଅନୁଷ୍ଠାନ ତରଫରୁ ପୁଷ୍ପ ବୃକ୍ଷ, ମାନପତ୍ର ଏବଂ ଉପଢୌକନ ପ୍ରଦାନ ପୂର୍ବକ ସମ୍ମାନିତ କରାଯାଇଥିଲା । ଶ୍ରୀଯୁକ୍ତ ଅତୁଲ୍ୟ ଚମ୍ପତିରାୟଙ୍କ ସହିତ ଲୋଭା ବିଶ୍ଵାଳ, ପ୍ରମୋଦ ମହାଳିକ, ରଞ୍ଜନ ମୁଦୁଲି, ଜୟରାଜ ମିଶ୍ର, ସ୍ଵଦେଶ ମହାନ୍ତି, ଗଣେଶ ମହାରଣା, ବିଷ୍ଣୁପ୍ରିୟା, ସ୍ପନ୍ଦନିକା ପଟ୍ଟନାୟକ ଏବଂ ଚିତ୍ତରଞ୍ଜନ ମହାପାତ୍ର ପ୍ରମୁଖ କାର୍ଯ୍ୟକ୍ରମରେ ସଙ୍ଗୀତ ପରିବେଷଣ କରି ସଂଧ୍ୟାକୁ ଉତ୍ସବ ମୁଖର କରିଥିଲେ । କି-ବୋର୍ଡରେ ରତିକାନ୍ତ ତ୍ରିପାଠୀ, ତବଲା ରେ ସଞ୍ଜୟ ରାଉତ, ଢୋଲକରେ ଛବିନ୍ଦ୍ର ବେହେରା ଏବଂ ଅକ୍ଟାପ୍ୟାଡ଼ରେ ଶରତ କୁମାର ସ୍ଵାଇଁ ପ୍ରମୁଖ ଓଡ଼ିଶାର ଖ୍ୟାତନାମା ବାଦ୍ୟଶିଳ୍ପୀମାନେ ବାଦ୍ୟ ପରିବେଷଣ କରିଥିଲେ । ପ୍ରସିଦ୍ଧ କଥାକାର ତଥା ଉପସ୍ଥାପକ ଶ୍ରୀଯୁକ୍ତ ବିନୋଦ ବିହାରୀ ମଞ୍ଚ ପରିଚାଳନା କରିଥିଲେ ।
ପ୍ରଚ୍ଛଦ ପଟ୍ଟରେ ରହି ନିଜେ ଅନୁଷ୍ଠାନର ସଭାପତି ଶ୍ରୀଯୁକ୍ତ ବିବେକାନନ୍ଦ ରାଉତ କାର୍ଯ୍ୟକ୍ରମର ସଫଳ ରୂପାୟନକୁ ତଦାରଖ କରିଥିଲେ । କାର୍ଯ୍ୟକ୍ରମ ସଂଯୋଜନାରେ ଶ୍ରୀ ସ୍ଵଦେଶ ମହାନ୍ତି ଏବଂ ଶ୍ରୀ ସାନ୍ତନୁ କୁମାର ରାଉତ ଆଦି ଅନୁଷ୍ଠାନର ପ୍ରମୁଖ ସଦସ୍ୟ ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ ।

