ଯୋଡା, ୨୦/୦୧(ବିଜୟ ଜେନା)ଯୋଡା ମହିଳା ମହାବିଦ୍ୟାଳୟରେ ପ୍ରଥମ ବର୍ଷର ଛାତ୍ରୀମାନଙ୍କ ପାଇଁ ଆତ୍ମରକ୍ଷା ପ୍ରଶିକ୍ଷଣ କାର୍ଯ୍ୟକ୍ରମ ୧୯ ତାରିଖରେ ଉଦଘାଟିତ ହୋଇଛି । ଏହି ପ୍ରଶିକ୍ଷଣ ଶିବିର ଜାନୁଆରୀ ୩୦ ତାରିଖ ଯାଏ ଚାଲିବ । ଏହି କାର୍ଯ୍ୟକ୍ରମରେ୧୩୯ ଜଣ ଛାତ୍ରୀ ୩ଟି ଗ୍ରୁପରେ ବିଭକ୍ତ ହୋଇ ଅଂଶଗ୍ରହଣ କରିଥିବା ବେଳେ ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ ଓ ଛାତ୍ରୀମାନଙ୍କୁ ସମ୍ବୋଧିତ କରିଥିଲେ ମୂଖ୍ଯ ଅତିଥି ତଥା ଅବସରପ୍ରାପ୍ତ ସୈନିକ ଶ୍ରୀଯୁକ୍ତ ଭକ୍ତ ହେମ୍ବ୍ରମ, ସ୍ବାଗତ ଭାଷଣ ଦେଇଥିଲେ କଲେଜର ଅଧ୍ୟକ୍ଷ ତଥା ପ୍ରାଧ୍ୟାପକ ବିଜୟ କୁମାର ନାୟକ। କଲେଜ ପଢ଼ୁଥିବା ଝିଅମାନଙ୍କ ପାଇଁ ଆତ୍ମରକ୍ଷା ତାଲିମ ଅତ୍ୟନ୍ତ ଜରୁରୀ କାରଣ ଏହା ସେମାନଙ୍କୁ ଶାରୀରିକ, ମାନସିକ ଏବଂ ଭାବପ୍ରବଣ ଭାବରେ ସଶକ୍ତ କରିଥାଏ। ଏହା ଭୟକୁ ଶକ୍ତିରେ ଏବଂ ଦୁର୍ବଳତାକୁ ଆତ୍ମବିଶ୍ୱାସରେ ପରିଣତ କରିଥାଏ, ଯାହା ସୁରକ୍ଷିତ ଶିକ୍ଷାଗତ ସ୍ଥାନ ଏବଂ ଏକ ଅଧିକ ସଶକ୍ତ ସମାଜ ଗଠନରେ ଯୋଗଦାନ କରିଥାଏ ବୋଲି ଅତିଥିଗଣ ମତବ୍ୟକ୍ତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଛାତ୍ରୀମାନଙ୍କୁ ପ୍ରଶିକ୍ଷଣ ଦେଉଛନ୍ତି ମାଷ୍ଟର ଟ୍ରେନର ଭାରତୀ ଭଗବତୀ ଓ ସାଇପ୍ରିୟା ରାଉତ । ଏହି କାର୍ଯ୍ୟକ୍ରମର ସଂଯୋଜନା କରୁଛନ୍ତି ଅଧ୍ୟାପିକା ସୁମନପ୍ରଭା ତିର୍କୀ । ଏହି ଉଦଘାଟନ କାର୍ଯ୍ୟକ୍ରମରେ ଛାତ୍ରୀମାନଙ୍କୁ ସମ୍ବୋଧିତ କରିଥିବା ଅନ୍ଯ ଅଧ୍ୟାପିକାମାନେ ହେଲେ ଗୀତା ମିଶ୍ର, ଜୟଶ୍ରୀ ମହାନ୍ତି, ସୁଚିତ୍ରା ଦାଶ ଓ ଶୁଶ୍ରୀ ଶୁଭଦର୍ଶିନୀ ପଣ୍ଡା । ଉଦଘାଟନ କାର୍ଯ୍ୟକ୍ରମ ଶେଷରେ ଅତିଥିମାନଙ୍କୁ ଧନ୍ଯବାଦ ଦେଇଥିଲେ ଅଧ୍ୟାପକ ଅନୀଲ ଜେନା।

