ମାଲକାନଗିରି,୧୫/୦୧ (ସୁଧାଂଶୁ ଶେଖର ମହାନ୍ତି)ମାଓ ସଙ୍ଗଠନ ଦିନକୁ ଦିନ ଭାଙ୍ଗିବା ସହ ଦୁର୍ବଳ ହେବାକୁ ଲାଗିଥିବା ବେଳେ ଆଜି ପୁଣି ଭାଙ୍ଗି ପଡିଥିବା ମାଓ ସଙ୍ଗଠନକୁ ଶକ୍ତ ଧକ୍କା ଲାଗିଛି। ୧କୋଟି ୪୧ ଲକ୍ଷ ଇନାମି ୫୨ ଜଣ ମାଓବାଦୀ ମାଓ ସଙ୍ଗଠନ ଛାଡି ପୋଲିସ ନିକଟରେ ଆତ୍ମସମର୍ପଣ କରରିଥିବା ବେଳେ ଏହା ପୋଲିସ ପାଇଁ ଏକ ବଡ ସଫଳତା ଆଣିଦେଇଛି। ସୂଚନା ଅନୁଯାୟୀ ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ବିଜାପୁରରେ ଜିଲ୍ଲାରେ ଆଜି ୫୨ ଜଣ ମାଓବାଦୀ ସଙ୍ଗଠନ ଛାଡି ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି। ଏହି ସମସ୍ତ ମାଓବାଦୀଙ୍କ ନାମରେ ମୋଟ ୧ କୋଟି ୪୧ ଲକ୍ଷ ଟଙ୍କାର ପୁରସ୍କାର ରାଶି ରହିଥିଲା। ଆତ୍ମସମର୍ପଣକାରୀଙ୍କ ମଧ୍ୟରେ ଅନେକ କୁଖ୍ୟାତ ମାଓବାଦୀ, ଦକ୍ଷିଣ ଉପ-ଜୋନାଲ ବ୍ୟୁରୋ ଏବଂ ମାଓ ସଙ୍ଗଠନର ଡିଭିସିଏମ, ପିପିସିଏମ, ଏସିଏମ ଭଳି କ୍ୟାଡର ଓ ମାଓ ସଦସ୍ୟ ମାନେ ରହିଛନ୍ତି। ଏହି ମାଓବାଦୀ ମାନେ ଦୀର୍ଘ ବର୍ଷ ଧରି ମାଓ ସଙ୍ଗଠନରେ ରହି ଅନେକ ହିଂସାକାଣ୍ଡରେ ଜଡିତ ଥିବା ବେଳେ ମାଓ ସଙ୍ଗଠନ ନୀତି ଆଦର୍ଶରୁ ଓହରି ଦୁର୍ବଳ ହେବା ସହ ବଡ ବଡ ମାଓ ନେତାଙ୍କ ମୃତ୍ୟୁ ଏବଂ ଆତ୍ମସମର୍ପଣ ପରେ ଏମାନେ ସଙ୍ଗଠଞ୍ଚଡି ସାଧାରଣ ଜୀବନ ଜାପନ କରିବାକୁ ନିଷ୍ପତ୍ତି ନେଇଥିଲେ। ସରକାରଙ୍କ ଆତ୍ମସମର୍ପଣ ନୀତି ଓ ପୁନା ମାର୍ଗେମ ଅଭିଯାନର ଆକ୍ରୁଷ୍ଟ ହୋଇ ଏମାନେ ହିଂସା ପରିତ୍ୟାଗ କରି ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି। ଗତ ୪୮ ଘଣ୍ଟା ମଧ୍ୟରେ ପ୍ରାୟ ୮୧ ଜଣ ମାଓବାଦୀ ବିଭିନ୍ନ ସ୍ଥାନରେ ଆତ୍ମସମର୍ପଣ କରିଥିବା ବେଳେ ଆଗକୁ ମୟଗଡ ସମ୍ପୂର୍ଣ ରୂପେ ବିନାଶ ହେବ ବୋଲି ଅନୁମାନ କରାଯାଉଛି। ତେବେ ଆଜି ଆତ୍ମସମର୍ପଣ କରିଥିବା ଏହି ସମସ୍ତ ମାଓବାଦୀଙ୍କୁ ସରକାରୀ ନୀତି ନିୟମାନୁଯାୟୀ ସହାୟତା ରାଶି ପ୍ରଦାନ ସହ ଥଇଥାନ କରାଯିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି।

